ବୌଦ୍ଧ/୨୪/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଳକ୍ ବ।ଉଁସୁଣୀ ର ହାଇସ୍କୁଲ୍ ପଡ଼ିଆ ପରିସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ତରଫରୁ ଆଜି ସୋମବାର ଦିନ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଆୟୋଜିତ ହୋଇଯାଇଛି।ଏହି ମେଳାରେ ୨୩ ଗୋଟି ଗ୍ରାମ ପଞ୍ଚାୟତରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରୁ ସମୁଦାୟ ୪୬୦ ଜଣରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କହେଁଇ ଚରଣ ଡାଙ୍ଗ,ମାନ୍ୟବର ବିଧାୟକ,କଣ୍ଟାମାଳ ପ୍ରଦୀପ ପ୍ରଜ୍ଵଳନ କରି ମେଳାକୁ ଉଦଘାଟନ କରିଥିଲେ।ଡାଃ ଶୁଭେନ୍ଦୁ ଶେଖର ସାହୁ,ଉପ ନିର୍ଦ୍ଧେଶକ ବୌଦ୍ଧ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ସଭାର ଉଦ୍ଦେଶ୍ୟ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ।ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ମହୋଦୟଙ୍କର ବାର୍ତ୍ତା ପ୍ରଦର୍ଶନ ପରେ ସଭା କାର୍ଯ ପ୍ରାରମ୍ଭ ହେଇଥିଲା ।ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ମାଧ୍ୟମରେ କିଭଳି ଚାଷୀଙ୍କ ଆୟ ବହୁଗୁଣିତ ହେବା ସହିତ ଯୁବାବର୍ଗ ସମନ୍ୱିତ କୃଷି ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବା ସହିତ ବେକାରୀ ସମସ୍ୟାର ଦୂରୀକରଣ କରି ସମୃଦ୍ଧି ଲାଭ କରି ପାରିବେ ବୋଲି ମୁଖ୍ୟଅତିଥି ସଚେତନ କରିଥିଲେ ।ଏହି ମେଳାରେ ମୁଖ୍ୟ ବକ୍ତା ଭାବରେ ଡାଃ ରାମା ରାଓ ପାଲୋ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ବୌଦ୍ଧ ଏବଂ ସୁଶ୍ରୀ ଦ୍ରୌପଦୀ ମାଝୀ,ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ,ବୌଦ୍ଧ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧ ରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।ଏହି ମେଳା ରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ବ୍ଲକ ଅଧ୍ୟକ୍ଷ,ବୌଦ୍ଧ,ସରୋଜ କୁମାର ମେହେର,ପ୍ରତିନିଧି,ସାଂସଦ,କନ୍ଧମାଳ, ଧରମୁ ଧର ପୋଢ,ପ୍ରତିନିଧି,ବିଧାୟକ ବୌଦ୍ଧ ଯୋଗଦାନ ଦେଇ ଚାଷୀ ମାନଙ୍କର ମନୋବଳ ବୃଦ୍ଧି କରାଇଥିଲେ।ଉକ୍ତ ସଭାରେ ଯୁଗଳ କିଶୋର ବିଶ୍ୱାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବୌଦ୍ଧ ସଭାପତିତ୍ୱ କରିଥିଲେ ଏବଂ ଚାଷୀ ମାନ ଙ୍କୁ ନିଷ୍ଠାର ସହ କାମ କରି ଆୟ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ।ଏହି ମେଳାରେ ୮ଜଣ ଶ୍ରେଷ୍ଠ ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀ(ମତ୍ସ୍ୟ ବିଭାଗରୁ ୪ ଜଣ ଏବଂ ପ୍ରାଣୀ ସମ୍ପଦ ବିଭାଗରୁ ୪ ଜଣ)ଙ୍କୁ ସମ୍ବର୍ଦ୍ଧନା,୧୦୦୦/- ଟଙ୍କା ପୁରସ୍କାର ରାଶି,ଉତ୍ତରୀୟ,ମାନପତ୍ର ପ୍ରଦାନ କରାଯାଇଥିଲା।ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ରରେ ଡା ଅନିଲ କୁମାର ନାହକ,ସହକାରୀ ଅଧ୍ୟାପକ ଓ ୟୁ ଏ ଟି,ତଥା ଡାଃ ଶୁଭେନ୍ଦୁ ଶେଖର ସାହୁ,ଉପ ନିର୍ଦ୍ଧେଶକ ବୌଦ୍ଧ ଏବଂ ଶ୍ରୀ ବିଜୟ କୁମାର ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ,ସୁବର୍ଣ୍ଣପୁର ଯୋଗ ଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ଭିତ୍ତି ରେ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ।ଏହି ମେଳା ରେ ଡା ତନୁଶ୍ରୀ ନାଏକ,ଅତିରିକ୍ତ ପ୍ରାଣୀ ଚିକିସ୍ଛକ ବୌଦ୍ଧ,ଡା ରୁଦ୍ରାଶିଷ ସେଠି,ପ୍ରାଣୀ ଚିକିସ୍ଛକ ବାଉଁସୁଣୀ,ଡା ବିନୟ କୁମାର ମହାନ୍ତି, ପ୍ରାଣୀ ଚିକିସ୍ଛକ ବଘିଅ।ପଡା,ଡା ଦେବାଶିଷ ଶତପଥି,ଭ୍ରାମ୍ୟମାଣ ପ୍ରାଣୀ ଚିକିସ୍ଛକ,ବୌଦ୍ଧ ଏବଂ ସୁଶ୍ରୀ ଲିଲିପ୍ତା ଦାସ, ସହକାରୀ ମତ୍ସ୍ୟ ଅଧିକାରୀ , ବୌଦ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଇ କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ ମାନେ ସହଯୋଗ କରିଥିଲେ ।ଶେଷରେ ଶ୍ରୀମତୀ ଚିନ୍ମୟୀ ଶୁଭସ୍ମିତା,ସହକାରୀ ମତ୍ସ୍ୟ ଅଧିକାରୀ,ବୌଦ୍ଧ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments