logo
add image
ସ୍ଵାମୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ୩୦ଲକ୍ଷ ଟଙ୍କା ଲୁଟିବା ମାମଲା, ଭଣ୍ଡ ବାବା ସହ ୨ଗିରଫ 

ସ୍ଵାମୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ୩୦ଲକ୍ଷ ଟଙ୍କା ଲୁଟିବା ମାମଲା, ଭଣ୍ଡ ବାବା ସହ ୨ଗିରଫ 

ପୁରୀ/୪/୪/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେମହିଳା ଅନ୍ୟଜଣେ ଯୁବକ ସହିତ ପ୍ରେମସମ୍ପର୍କ ରଖିବା ଏବଂ ଜଣେ ଭଣ୍ଡ ବାବାଙ୍କ ଦ୍ଵାରା ପ୍ରଭାବିତ ହୋଇ ନିଜ ସ୍ଵାମୀଙ୍କ ଠାରୁ ୩୦ଲକ୍ଷ ଟଙ୍କା ଓ ୨୫୦ ଗ୍ରାମର ସୁନା ଅଳଙ୍କାର ଲୁଟିନେବା ମାମଲାରେ ବଳଙ୍ଗା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରି ଶନିବାର ରାତିରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ଦୈଳିବାଟିର ପ୍ରତାପ କୁମାର ମହାନ୍ତି ବଳିପୁଟର ରଶ୍ମି ରଞ୍ଜନ ପରିଡ଼ା ବୋଲି ପୋଲିସ ସୂଚନା ଦେଇଛି।
ସୁଚନା ମୁତାବକ ଅଭିଯୁକ୍ତ ପ୍ରତାପ ବାଲିପୁଟ ସ୍ଥିତ ଶନି ମନ୍ଦିରରେ ରହି ନିଜକୁ ଜଣେ ବାବାଭାବେ ପରିଚୟ ଦେଉଥିଲା ବେଳେ ରଶ୍ମି ସେହିଠାରେ ଜନସେବା କେନ୍ଦ୍ର ଖୋଲିଛନ୍ତି। ରଶ୍ମି ଓ ବଳଙ୍ଗା ଅଞ୍ଚଳର ବିବାହିତା ମହିଳାଙ୍କ ମଧ୍ୟରେ  ପ୍ରେମସମ୍ପର୍କ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ବାମୀଙ୍କ ପାଖରେ ପ୍ରବଳ ଟଙ୍କା ଓ ସୁନା ଅଳଙ୍କାର ଥିବାନେଇ ରଶ୍ମୀ ଜାଣିବାକୁ ପାଇଥିଲା। ମହିଳାଙ୍କର ଏକ ଶିଶୁପୁତ୍ର ରହିଥିଲା ବେଳେ ତାର ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ ରଶ୍ମୀଙ୍କ କହିବା ଅନୁସାରେ ମହିଳା ତାଙ୍କ ଶିଶୁପୁତ୍ରକୁ ନେଇ ଅଭିଯୁକ୍ତ ପ୍ରତାପଙ୍କ ନିକଟକୁ ଯାଇଥିଲେ। ସେଠାରେ ପ୍ରତାପ ମହିଳାଙ୍କ ସ୍ଵାମୀଙ୍କ ଜୀବନ ପ୍ରତି ବିପଦଥିବା ଦର୍ଶାଇ ମହିଳାଙ୍କୁ ଭୟଭୀତ କରି ରଶ୍ମୀ ଓ ପ୍ରତାପ ମହିଳାଙ୍କ ଠାରୁ ୨୫୦ଗ୍ରାମ ଓଜନର ସୁନା ଅଳଙ୍କାର ସହ ୩୦ଲକ୍ଷ ଟଙ୍କା ନେଇଯାଇଥିଲେ ।
ପରେ ପୁନର୍ବାର ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ନାମରେ ଥିବା ଚେକ୍ ମାଧ୍ୟମରେ ବ୍ୟାଙ୍କ୍ ରୁ ୫୦ଲକ୍ଷ ଟଙ୍କା ଉଠାଇବାକୁ ଯାଇ ବିଫଳ ହୋଇଥିଲେ। ଏହି ଘଟଣା ମହିଳାଙ୍କ ସ୍ବାମୀ ଜାଣିବା ପରେ ମହିଳାଙ୍କୁ ପଚାରିବାରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ । ଫଳରେ ମହିଳାଙ୍କ ସ୍ୱାମୀ ବଳଙ୍ଗା ଥାନାରେ ଅଭି ଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁକରି କାମ ସରିଦେଇଥିଲା । ଏହି ମାମଲାରେ ଥାନାର ନୂତନ ଅଧିକାରିଣୀ ସସ୍ମିତା ସାହୁ ଖୋଳତାଡ଼ କରି ଆଜି ପୁରୀରେ ଚଢ଼ଉ କରି ୨ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ପ୍ରତାପ ନାମରେ ସଦର ଥାନାରେ ୬ଟି ମାମଲା ରହିଥିଲା ବେଳେ କୁମ୍ଭାର ପଡ଼ା ଥାନାରେ ଗୋଟିଏ ମାମଲା ରହିଥିବା ଜଣା ପଡିଛି।

Recent Comments

Leave Comments

Top