logo
add image
ଚାଷୀଙ୍କର ଅଭିନବ ଉପାୟରେ ରାସ୍ତା ଅବରୋଧ :

ଚାଷୀଙ୍କର ଅଭିନବ ଉପାୟରେ ରାସ୍ତା ଅବରୋଧ :

ବିନିକା/୨୧/୧୨/୨୦୨୫/(ଆଧାର ମିଡ଼ିଆ-ଅକ୍ଷୟ କୁମାର ପୁଜାହାରୀ)- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସଂସାମୁରାରୁ ପଣ୍ଡକିଟାଲ ମୁଖ୍ୟ ରାସ୍ତାର କୈାଡିଆମୁଣ୍ଡା ଛକଠାରେ ଉଭୟ ପାର୍ଶ୍ଵରେ ଟାୟାରଜାଳି ଓ ରାସ୍ତାମଝିରେ ଧାନବସ୍ତା ରଖି ଶତାଧିକ ଚାଷୀ ଅଭିନଵ ଢଙ୍ଗରେ ଧାନ ବିକ୍ରୀକରି ନାରାବାଜିକରି ଦିଘଁ ୪ ଘଣ୍ଟାଧରି ରାସ୍ତା ଅବରୋଧ କରିଥିଲେ  l
ରାସ୍ତା ମଝିରେ ଧାନବସ୍ତା ରଖି ଧାନ କିଲୋପିଛା ୧୦ ଟଙ୍କାରେ ଧାନ କିଣ ନତୁବା ଆପଣଙ୍କ ଇଚ୍ଛା ଅନୁଶାରେ କିଲୋପ୍ରତି ଟଙ୍କାଦେଇ ଧାନ କିଏନେବ ଆସବୋଲି ଚାଷୀମାନେ କୋହ ଆଖିରୁ ଲୋହପୋଛି ପୋଛି ନାରାବାଜି କରିଥିଲେ.ଏହି ଅଭିୟ ଢ଼ଙ୍ଗରେ ଧାନ ବିକ୍ରୟକରି ଥିବା ଦୃଶ୍ୟ ବେଶ ଦୁଃଖ ଦାୟକ ଓ ହୃଦୟ ଶ୍ବର୍ଶି ହୋଇଥିଲା. ପାଖରେଥିବା ସମସ୍ତ ଚାଷୀଙ୍କ ଆଖିରୁ ଲୋହବୋହୁଥିଲା. ଏହାସହ ଅନ୍ୟ ଚାଷୀମାନେ ସରକାରଙ୍କକୁ ମୁଣ୍ଡିଆମାରି ଧାନ କ୍ରୟ କରିବାକୁ ଆକୁଲ ନିବେଦନ କରିଥିଲେ.ଅନେକ ଚାଷୀ ହାତରେ ଟୋକନ ଅଛି ଧାନମଣ୍ଡି ଖୋଲିଛି ହେଲେ ମିଲର ଥିଲେମଧ୍ୟ ଧାନ ବିକ୍ରି ହୋଇପାରୁନି । ସମସ୍ତ ଚାଷୀଙ୍କ ଧାନ ଏପଏଫ୍କ୍ୟୁ ମାନର ଧାନ ହୋଇ ପାରୁନାହିଁ.ଅଞ୍ଚଳର ସମସ୍ତ ଚାଷୀଙ୍କ ଧାନ ଏଫଏଫକ୍ୟୁ ମାନ ହେଉନଥିବା ଚାଷୀ ଅଭିଯୋଗ କରୁଛି.
ଯଦି ଅଞ୍ଚଳର ସମସ୍ତ ଚାଷୀଙ୍କ ଧାନ ଏପଏପକ୍ୟୁ  ହେଲାଚାନି ତାହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଏଡ଼ାଲାଇଜର  ମେସିନ କିଣି କାହା ସ୍ବାର୍ଥରେ ମଣ୍ଡିମାନଙ୍କୁ ରଖା ଯାଇଛି ବୋଲି ଚାଷୀ ପ୍ରଶ୍ନ କରୁଛନ୍ତି. ତୁରନ୍ତ ଏନାଲାଇଜର ଇଞ୍ଜିନି୍ୟକୁ ଡ଼ାକି ଅଞ୍ଚଳରୁ ଶତାଧିକ ଚାଷୀଙ୍କ ଧାନ ସଂଗ୍ରହକରି ଏଫଏଫକ୍ୟୁ ମାନ ପରିକ୍ଷାକରାଇ ଯଦି ୫୦ ଶତାଶଂ ଚାଷୀଙ୍କ ଧାନ ଏଫଏଫକ୍ୟୁ ହେଲା ତାହାହେଲେ ମେସିନ ରଖନ୍ତୁ ନତୁବା ନ ବାହାରିଲା ଏନାଳାଇଜର କମ୍ପାନିଠାରୁ ସମସ୍ତ ଟଙ୍କା ଅସୁଲକରି ପୁର୍ବରୁ ଯେଉଁପରି ଭାବରେ ଚାଷୀ ଧାନ ବିକ୍ରୟ କରୁଥିଲେ ସେହିପରି ଭାବରେ ସରକାର ଧାନକ୍ରୟ କରିବାକୁ ଚାଷୀ ସରକାରଙ୍କ ଠାରେ ନିବେଦନ କରୁଛନ୍ତି. ଚାଷୀଙ୍କ ହାତରେ ଟଙ୍କାଟିଏ ନାହିଁ ପିଲାଙ୍କ ପାଠପଢା, ଖାଇବା ପିଇବା ଖର୍ଚ୍ଚ, ଔଷଧ ଖର୍ଚ୍ଚପାଇଁ ବହୁ ଅସୁବିଧା ହେଉଛି l ଆଗକୁ ହିରାକୁର କେନାଲ ପାଣି ଆସିଲେ ବିହନ ଧାନ ଓ ସାର କେମିତି କିଣିବୁ ହାତରେ ଟଙ୍କାନାହିଁ କେବେ ଧାନ ବିକ୍ରିହେବ ପୁଣି ଖରିବଚାଷ ଆରମ୍ଭ କରିବୁ ବୋଲି ଚିନ୍ତାରେ ମର୍ମାହତ ହୋଇପଡ଼ିଛିଛନ୍ତି ଚାଷୀ l 
ସମସ୍ତ ଚାଷୀଙ୍କୁ ଟୋକନ ଦେବା ସହିତ ଆସନ୍ତା କାଲିଠାରୁ ଏନାଲାଇଜର ମେସିନଙ୍କୁ ଖରାପ ଘୋଷଣା କରିବାସହ ପୂର୍ବରୁ ଯେଉଁପରି ଧାନ ମାନ ନିନ୍ନୟ  କରାହୋଇ ଧାନ କ୍ରୟ ହେଉଥିଲା ସେହିପରି ପଦ୍ଧତିରେ ଧାନ କ୍ରୟକରି କରିବାକୁ ଚାଷୀ ଅନୁରୋଧ କରିଛନ୍ତି. ଆଗାମି ଦିନରେ ଚାଷୀମାନଙ୍କ ଧାନ ନଉଠିଲେ ଚାଷୀମାନେ ସପରିବାର ସହ ରାଜ ରାସ୍ତାକୁ ଓଲ୍ଲାଇ ରାସ୍ତାରେ ରୋଶେଇବାସ କରି ଧାନ କ୍ରୟ ସରିବା ପର୍ଯ୍ୟନ୍ତ  ଅହୋ ଦିବାରାତ୍ର ରାସ୍ତାରୋକ କରିବୁ. ପ୍ରଶାସନକୁ ଚାଷୀମାନେ ଚେତାବନୀ ଦେଇଛନ୍ତି l ବେପାରୀ ଏହାର ଫାଇଦା ନେଇ ଅଧାରୁ କମଦାମରେ ଧାନ ଉଠାଉଛନ୍ତି । ଧାନ କ୍ଵଇଣ୍ଟାଲ ୩୧୦୦ ଟଙ୍କା ଥିବାବେଳେ ମାତ୍ର ୧୪୦୦ ଟଙ୍କାରେ ଦଲାଲଙ୍କୁ ବିକ୍ରି କରୁଛନ୍ତି ଚାଷୀ। ଚାଷୀ ବଶିଷ୍ଠ କୁମାର ପଣ୍ଡା ,ବିଶ୍ବମ୍ବର ପଣ୍ଡା,ରସିକ ସାହୁ, ସୀତାରାମ ମେହେର, ଅନ୍ତର୍ଯ୍ୟାମୀ ସାହୁ,ସୁଦାମ ବିଶି,ତ୍ରୀଲୋଚନ ପଣ୍ଡା,(ରିଣ୍ଟୁ) ସୁଶାନ୍ତ ପଣ୍ଡା,ରାକେଶ କାଣ୍ଡ, ରଶା କର୍ତ୍ତିଆ, କୁଶ କାଣ୍ଡ, ପ୍ରଶାନ୍ତ ସାହୁ ସମେତ ଅଞ୍ଚଳର ଶତାଧିକ ଚାଷୀ ସାମିଲ ଥିଲୋ  ା ଅନ୍ୟ ପଟେ ପ୍ରଶାସନ ଏଫଏଫକ୍ୟୁ ମାନ ଚା‌ଷୀ  ଆଣିଲେ ଧାନ କ୍ରୟ କରାହେବ ବୋଲି ଚିପ ସିଏସଓ କହିଛନ୍ତି.

Recent Comments

Leave Comments

Top