logo
add image
 ୩୭ତ୍ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

୩୭ତ୍ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା/୧୯/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟକୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତ୍ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାସଙ୍କ ଆବାହକତ୍ୱରେ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ଆରମ୍ଭରେ ଚଳିତ ବର୍ଷ ସମିତିର ୪ ଜଣ ବରିଷ୍ଠ କର୍ମକର୍ତ୍ତା ରାମଚନ୍ଦ୍ର ପ୍ରଧାନ,ସୁରେନ୍ଦ୍ର କୁମାର ପାଣିଗ୍ରାହୀ,ଗୌର ଚନ୍ଦ୍ର ସୁଆର,ଓ ହିମାଂଶୁ ଶେଖର ଦାସଙ୍କ ଦେହାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ବାର୍ଷିକ ଆୟ ବ୍ୟୟ ତଦାରଖ ସହ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ ସେ ନେଇ ସବିଶେଷ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା l       ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମିତିରେ କେତେକ ଭକ୍ତ ନୂତନ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା l
କୋଷାଧ୍ୟକ୍ଷଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ପାଇଁ ଚଳିତବର୍ଷ ସହ କୋଷାଧ୍ୟକ୍ଷ ଭାବେ ସମିତିର ସଦସ୍ୟ ଗଙ୍ଗାଧର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା l ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ସମିତିର ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତି, ସଭାପତି କିଶୋର କୁମାର ପାଳ,ଉପ ସଭାପତି ସୁଜିତ୍ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ, ସହ ଅଧିକାରୀ ମନୋଜ କୁମାର ପାଳ ଓ ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top