କଣିହାଁ/୦୬/୦୧/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳଜିଲ୍ଲା କଣିହାଁବ୍ଲକ ସମଲ ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତବର୍ଷ ୬/୧ ଠାରୁ ୨0/୧ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନହେବ। ଏହି ଅବସରରେ ମୁଖ୍ୟ କର୍ମ ବିଭାଜନ ସମଲସ୍ତରୀୟ ପାଣିପଞ୍ଚାୟତ ସମାରୋହ,ମଙ୍ଗଳବାର ଦିନ ସମଲ ଜଳଭଣ୍ଡାର ପ୍ରକଲ୍ପର ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇଥିଵା ବେଳେ,ବ୍ରାହ୍ମଣୀ ଅବବାହିକା,ସମଲ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ହୃଦାନନ୍ଦ ମଲିକ,ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭଗବାନଚନ୍ଦ୍ର ଦାସ,ଅଧିକ୍ଷଣ ଯନ୍ତ୍ରୀ ସମ୍ୟକ୍ ବିକାଶ ସୁବୁଦ୍ଧି,ସମଲ ଥାନାଅଧିକାରୀ ମୃଣାଲୋ କାଲୋ,ଜିଲ୍ଲା କୃଷି ଅଧିକାରିଣୀ ଅନ୍ନପୂର୍ଣ୍ଣା ବେହେରାଙ୍କ ସମେତ ଚାଷୀ ଶ୍ରୀକାନ୍ତ ସାହୁ,ବିଦେଶୀ ମହାନ୍ତି,ସତ୍ୟାନନ୍ଦ ଗଡ଼ନାୟକ,ପ୍ରମୁଖ ମଞ୍ଚାଷିନ ଅତିଥିଭାବେ ଯୋଗଦେଇଥିଲେ। ସଭାରେ ପ୍ରଥମେ କୋଟି ଓଡ଼ିଆଙ୍କ ମୌଡମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ,ମଞ୍ଚାସିନ ଅତିଥି ଓ ଉପସ୍ଥିତ ଥିବା ଚାଷୀ ସରକାରୀ କର୍ମଚାରୀଙ୍କ ଦ୍ଵାରା ଶପଥପାଠ କରାଯାଇ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପାଣିପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଉଦ୍ୟମ କରିବା ନିମନ୍ତେ ଶପଥପାଠ ହୋଇଥିଲା,
ସମଲ ମୁଖ୍ୟକର୍ମ ବିଭାଜନ ଅଧୀନରେ ଥିବା ତିନିଗୋଟି ପାଣି ପଞ୍ଚାୟତର ଚାଷୀଙ୍କୁ ମୁଖ୍ୟଅତିଥି ବିଧାୟକ ଅଶୋକ ମହାନ୍ତି,କହିଥିଲେ ସରକାରଙ୍କ ଠାରୁ ମିଳୁଥିବା ସମସ୍ତ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ ସୁବିଧା ବିଷୟରେ ଅବଗତ କରାଇଥିଲେ। କିପରୀ ଏହି ଅଞ୍ଚଳରେ ସହଜ ଓ ସରଳ ଭାବରେ ନୂତନ ପାଣି ପଞ୍ଚାୟତ ଯଥାଶୀଘ୍ର ଗଠନ କରାଯାଇପାରିବ ତାହା ପରାମର୍ଶ ଦେଈଥିଲେ । ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ କଣିହାଁ ବ୍ଲକ ଓ ତାଳଚେର ବ୍ଲକର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପାଣିପଞ୍ଚାୟତ ସମ୍ବନ୍ଧୀୟ ପ୍ରତିଯୋଗିତା ହୋଈ,ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ୍ କରାଯାଇ ଥିଲା। ଏହି କାର୍ଯ୍ଯକ୍ରମକୁ ସହକାରି ଯନ୍ତ୍ରି ଶ୍ରୀକାନ୍ତ ବେହେରା ଓ ଶ୍ରୀ ଗୌରାଙ୍ଗ ଚରଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଚାଷୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇ ଥିଲା।ସମଲ ଜଳସେଚନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରି ଉପସ୍ଥିତ ରହି ସୁଚାରୁରୂପେ କାର୍ଯ୍ଯ ସମ୍ପାଦନ କରିଥିଲେ।
Recent Comments