logo
add image
ନୂଆପଡ଼ାରେ ନିରନ୍ତର ବିକାଶଲକ୍ଷ ୨୦୩୦”ଉପରେ ତାଲିମଶିବିର ଆୟୋଜିତ l 

ନୂଆପଡ଼ାରେ ନିରନ୍ତର ବିକାଶଲକ୍ଷ ୨୦୩୦”ଉପରେ ତାଲିମଶିବିର ଆୟୋଜିତ l 

ନୂଆପଡା/୧୯/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡାରେ “ ନିରନ୍ତର ବିକାଶ ଲକ୍ଷ୍ୟ –  ୨୦୩୦” ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର ତଥା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭା ଗୃହରେ ଆୟୋଜିତ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲୀ ମାଝୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦିପ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଧନେଶ୍ଵର ସେଠୀ, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ତହସିଲଦାର,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା  ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଦିଲେଶ୍ଵର ଧରୁଆ ସମସ୍ତଙ୍କୁ ସ୍ବାଗତ କରି ବୈଠକ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସି ଡି ଓ ଶ୍ରୀ ଧରୁଆ ନିରନ୍ତର ବିକାଶ ଲକ୍ଷ୍ୟ ଗୁଡ଼ିକ କଣ ଓ ସେଗୁଡ଼ିକୁ କିପରି ହାସଲ କରାଯାଇପାରିବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। 
ଏହାପରେ,ଝାରସୁଗୁଡ଼ା ଡି ପି ଏମ୍ ୟୁ ଆସିଷ୍ଟାଣ୍ଟ ଡାଇରେକ୍ଟ ସଞ୍ଜୟ କୁମାର ଦୀପ,କଳାହାଣ୍ଡି  ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳାଇ, କୁମୁଦିନୀ ମିଶ୍ର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅତିଥି ଓ ବକ୍ତାମାନେ କହି ଥିଲେ ଯେ ୨୦୧୫ ମସିହାରେ ଜାତିସଂଘ ପକ୍ଷରୁ ଘୋଷିତ ୧୭ଟି ସ୍ଥାୟୀ ଉନ୍ନୟନ ଲକ୍ଷ୍ୟର ମୂଳ ଉଦ୍ଦେଶ୍ୟ ହେଉଛି ଦାରିଦ୍ର୍ୟ ନିବାରଣ, ଗୁଣାତ୍ମକ ଶିକ୍ଷା, ଲିଙ୍ଗ ସମାନତା, ସ୍ୱଚ୍ଛ ପାଣି, ସ୍ୱାସ୍ଥ୍ୟ ସୁବିଧା,ପରିବେଶ ସୁରକ୍ଷା ଓ ସମାବେଶୀ ଆର୍ଥିକ ଉନ୍ନତି ସୁନିଶ୍ଚିତ କରିବା।
ଭାରତ ୨୦୩୦ ସୁଦ୍ଧା ଏହି ସମସ୍ତ ଲକ୍ଷ୍ୟ ସାଧନ ପାଇଁ ଆମେ ପ୍ରତିବଦ୍ଧ। ସ୍ୱଚ୍ଛ ଭାରତ ଅଭିଯାନ,ଜଳ ଜୀବନ ମିଶନ, ଡିଜିଟାଲ ଭାରତ,ନବୀକରଣ ଉର୍ଜା ବିକାଶ ଓ ମହିଳା ସଶକ୍ତିକରଣ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦେଶ ଦ୍ରୁତ ଗତିରେ ଆଗୁଆ ହେଉଛି ବୋଲି କହିଥିଲେ।ନିରନ୍ତର ଉନ୍ନୟନ କେବଳ ସରକାରୀ ପଦକ୍ଷେପରେ ସୀମିତ ନୁହେଁ; ପ୍ରତ୍ୟେକ ନାଗରିକଙ୍କ ସଚେତନ ଭୂମିକା ଏହାର ମୂଳ ଆଧାର। ପାଣି ଓ ବିଦ୍ୟୁତ ସଞ୍ଚୟ, ପ୍ଲାଷ୍ଟିକ ବ୍ୟବହାର କମାଇବା, ପରିବେଶ ସୁରକ୍ଷା ଓ ଶିକ୍ଷାର ପ୍ରଚାର ମାଧ୍ୟମରେ ଆମେ ସମସ୍ତେ  ଲକ୍ଷ୍ୟ ପ୍ରାପ୍ତିରେ ସହଭାଗୀ ହୋଇପାରିବା।ଶେଷରେ ସମସ୍ତଙ୍କୁ ଏକ ସମୃଦ୍ଧ ଭାରତ ଗଠନ ପାଇଁ ସାମୁହିକ ସଂକଳ୍ପ ନେବାକୁ ଆହ୍ୱାନ କରାଯାଇଥିଲା।

Recent Comments

Leave Comments

Top