ରେଢ଼ାଖୋଲ/୩୦/୦୧/୨୦୨୬/(ଆଧାର ମିଡ଼ିଆ)-ରେଢ଼ାଖୋଲରେ ସ୍ଥାନୀୟ ଭୀମଭୋଇ କଳମଣ୍ଡପରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଭୀମଭୋଇ ଲୋକ ମହୋତ୍ସବ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି। ନୃତ୍ୟ ଗୀତରେ ଝୁମୁଛି ରେଢ଼ାଖୋଲ,ଏହା ସହିତ ପଲ୍ଲୀଶ୍ରୀ ମେଳା.କୃଷି ଓ ଯନ୍ତ୍ରପାତି ମେଳା.ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା.ଖାଦ୍ୟ ମେଳା, ବିଭିନ୍ନ ସୟଂମ୍ ସହାୟକ ଗୋଷ୍ଠୀ ଦ୍ଵାରା ସ୍ଵପ୍ରସ୍ତୁତ ଖାଦ୍ୟ. ସମ୍ବଲପୁରୀ ବସ୍ତ୍ର ଟେରାକୋଟା ଇତ୍ୟାଦି ସାଜିଛି ଜନ ସାଧାରଣଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ ।
ଆଜିର ଦ୍ଵିତୀୟ ଦିବସରେ ସ୍କୁଲ କଲେଜ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ନୃତ୍ୟ ଗୀତା ସମସ୍ତଙ୍କ ମନ ମୋହିଥିଲ।।ସନ୍ଧ୍ୟାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସାନ୍ଧ୍ୟ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ରେଢ଼ାଖୋଲ ର ଐତିହ୍ୟ କୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ର ସହୋଜୋଗ ସର୍ବଦା ରହିଛି ବୋଲି କହିଛନ୍ତି ।ଭୀମ ଭୋଇ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ.ମନୋରଞ୍ଜନ ମହନ୍ତ ଭୀମ ଭୋଇଙ୍କୁ ରେଢ଼ାଖୋଲର ଆତ୍ମାର ଇଙ୍ଗିତ ବୋଲି ବର୍ଣନା କରିବା ସହ ଭୀମ ଭୋଇଙ୍କ ସାହିତ୍ୟ ଶବ୍ଦ ଭିତରେ ବ୍ରହ୍ମବୋଲି କହିଥିଲେ ।
ସେହିପରି ଅନ୍ୟତମ ଅତିଥି ପ୍ରତ୍ନତାତ୍ତ୍ୱିକ ଗବେଷକ ଦିବିଶଦ ଗଡ଼ନାୟକ ଏଠାକାର ସଭ୍ୟତା ୧୫୦୦୦ ବର୍ଷର ପୁରୁଣା ବୋଲି କହିଥିଲେ । ଏ ଅଞ୍ଚଳରେ ରହିଥିବା ୧୦୦ ରୁ ଅଧିକ ଗୁମ୍ଫା ଏବଂ ପ୍ରସ୍ତରରେ ଅଙ୍କିତ ଚିତ୍ରକୁ ଏହାର ସ୍ପଷ୍ଟ ପ୍ରମାଣ ମିଳେ ବୋଲି କହିବା ସହ ଏହା ପୂର୍ବ ଭାରତର ଏକ ଐତିହାସିକ ସ୍ଥଳ ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ । ଉପ ଜିଲ୍ଲାପାଳ ତଥା ଲୋକ ମହୋତ୍ସବ ସମିତିର ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ମହନ୍ତ,ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ ମଞ୍ଚାସିନ ଥିଲେ ।
ଏହାପରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୀମଭୋଇ ମହାବିଦ୍ୟାଳୟ,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ,ଗିରିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ.ଖଣ୍ଡାଧିପ ନୃତ୍ୟଦଳ,ଆଦର୍ଶ ବିଦ୍ୟାଳୟ ପେଣ୍ଠବାହାଲ,ମଣ୍ଟୁ ଦୁବେ ଦଳ,ମାହେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ,ସରାପାଲି ଉଚ୍ଚ ବିଦ୍ୟାଳୟ,ବଡମାଲ ଜୁନିୟର ନୃତ୍ୟ ଦଳ,ନାକଟିଦେଉଳ ଡିଗ୍ରୀ କଲେଜ,ନାକଟିଦେଉଳ ଦଣ୍ଡ ନୃତ୍ୟଦଳ,ଅର୍ଜୁନ ଡିଗ୍ରୀ କଲେଜ ଏବଂ ସୁର ଘୁଙ୍ଗୁରକଳା ପରିଷଦ ତରଫରୁ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।ଏହି ଅବସରରେ ନାକଟିଦେଉଳ ଓ ରେଢ଼ାଖୋ ଲ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହିତ ଆଜି ଅଂଶଗ୍ରହଣ କରିଥିବା ସମସ୍ତ ସାଂସ୍କୃତିକ ଦଳକୁ ଲୋକ ମହୋତ୍ସବ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
Recent Comments