ଢେଙ୍କାନାଳ/ଗଁନ୍ଦିଆ/୩୧/୦୧/୨୦୨୬/(ଆଧାର ମିଡ଼ିଆ-ପ୍ରମୋଦ କୁମାର ମହାନ୍ତି)-ଧାନମଣ୍ଡିରେ ଅଧିକାରୀଙ୍କ ଅନୁପସ୍ଥିତ ଲାଗି ଚାଷୀ ଧାର୍ଯ୍ୟ ଦିନରେ ଧାନ ଦେଇ ନପାରି ହନ୍ତସନ୍ତ ହୋଇଛନ୍ତି, ସୂଚନା ଆଧାରରେ ଦ୍ୱିତୀୟଥର ପାଇଁ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତରେ ଜିଲ୍ଲା ସମବାୟ ବିଭାଗ ତରଫରୁ ଚାଷୀଙ୍କଠାରୁ ଧାନ କିଣା ଯାଉଅଛି.କିନ୍ତୁ ଗତ ୨୯ /୧ /୨୦୨୬ ଗୁରୁବାର ଖଣ୍ଡବନ୍ଧ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହୋଇ ଚାଷୀ ଧାନଖଳାରେ ଧାନ ବିକ୍ରି କରିନପାରି ଚିନ୍ତିତ,ମଣ୍ଡିରେ ଅଧିକାରୀଙ୍କ ଅନୁପସ୍ଥିତି ଓ ଖାମଖିଆଲ ମନୋଭାବ ଯୋଗୁଁ ଚାଷୀ ଖଳାରେ ସବୁ ସନ୍ଧ୍ୟାଯାଏ ଧାନରଖି ବିକ୍ରିକରି ନପାରି ଘରକୁ ଫେରାଇ ନେଇଛନ୍ତି,ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ସରକାରଙ୍କ ତରଫରୁ ତତ୍ପରତା ପାଇଥିବା ବେଳେ ଧାନସଂଗ୍ରହ କରିବା ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଖଣ୍ଡବନ୍ଧ ଧାନମଣ୍ଡିରେ ଦେଖିବାକୁ ମିଳିଛି.
ସମ୍ପାଦନ ଦାୟିତ୍ୱରେ ଥିବା ଅଧିକାରୀ ଦ୍ବୟ ସାମାନ୍ୟ ଦୂରତ୍ୱରୁ ଆସୁଥିବାରୁ ଚାଷୀ ଉପସ୍ଥିତ ଥାଇମଧ୍ୟ୍ୟ ଧାନ ବିକ୍ରି କରିବାରେ ସାହାଯ୍ୟ ନକରି ଆକ୍ରୋଶ ମୂଳକ ଭାବେ ଜାଣିଶୁଣି ଘରକୁ ପଳାଇଯାଇଥିଲେ,ଧାନକିଣା ଅଫିସର ଜଣେ ମହିଳା ହୋଇଥିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମୟ ପରେ ଓ ସନ୍ଧ୍ୟା ପୂର୍ବରୁ ଛୁଟିହୋଇ ଘରକୁ ଯିବା ସ୍ୱାଭାବିକ ଅଟେ,କିନ୍ତୁ ସେକ୍ରେଟାରୀ ମହୋଦୟଙ୍କ କ୍ଷେତ୍ରରେ ମଧ୍ୟ୍ୟ ସେହି ସମାନ ପରିସ୍ଥିତି ଘଟିଛି,ସବୁଦିନ ଏକାଧିକ ସୋସାଇଟିକୁ ଜଣେ ସେକ୍ରେଟାରୀ ବୋଲି କହି ଚାଷୀଙ୍କ ମୁଁହବନ୍ଦ କରି ରଖିଛନ୍ତି, ବିଚରା ଚାଷୀର ଦୁର୍ଦ୍ଧଶା କହିଲେ ନ ସରେ l ଏ ସଂକ୍ରାନ୍ତରେ ଆମ ଗଁନ୍ଦିଆ ବ୍ଲକ ପ୍ରତିନିଧି ଜିଲ୍ଲା କୃଷି ସେବା ସମବାୟ ସମିତିର ଉପନିବନ୍ଧକଙ୍କୁ ଫୋନ ଜରିଆରେ ଯୋଗାଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିପାରିନଥିଲା, ଧାନ ନପାଇ ମିଲର ଗାଡିକୁ ଅଧା ଲୋଡ଼କରି ଯାଉଥିବା ବେଳେ ଚାଷୀର ଧାନ ବିକ୍ରି ହୋଇନପାରି ଘରକୁ ଫେରିଛି, ସରକାର ଚିନ୍ତାରେ,ଅଧିକାରୀ ମଜାରେ,ଚାଷୀ ହତାଶରେ l ଏନେଇ ଉକ୍ତ ସମସ୍ୟାକୁ ସମ୍ମାନୀୟ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରିବା ସହିତ ଚାଷୀପ୍ରତି ଏଭଳି କଦର୍ଯ୍ୟ ହୀନ ମନୋଭାବ ବିରୁଦ୍ଧରେ ଉପଯୁକ୍ତ ତଦନ୍ତ ପରିସରଭୁକ୍ତ କରିବା ପାଇଁ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହେବାର ଆଶଙ୍କା କରାଯାଇଛି।
Recent Comments