logo
add image
ତ୍ରିନାଥଦେବଙ୍କ ଜନ୍ମ ବାର୍ଷିକଉତ୍ସବ ପାଳିତ.

ତ୍ରିନାଥଦେବଙ୍କ ଜନ୍ମ ବାର୍ଷିକଉତ୍ସବ ପାଳିତ.

ପିପିଲି/୩୧/୧/୨୦୨୬/(ଆଧାର ମିଡ଼ିଆ )-ଶୁକ୍ରବାର ଦିନ ବଳଙ୍ଗା ଥାନା ପରିସର ମଧ୍ୟରେ ଥିବା ତ୍ରିନାଥ ଦେବଙ୍କ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି. ଏହି ଜନ୍ମବାର୍ଷିକ ମାଘମାସ କୃଷ୍ଣପକ୍ଷ ନବମୀ ତିଥିରେ ହୋଇଛି.ଥାନା ଆଇ ଆଇ ସି ଦିବ୍ୟରଞ୍ଜନ ପଣ୍ଡା କର୍ତ୍ତା ଓ କର୍ତ୍ତି ଭାବରେ ତାଙ୍କର ଧର୍ମପତ୍ନୀ ରହି ବ୍ରାହ୍ମଣ ଦ୍ୱାରା ହୋମଯଂଜ୍ଞ କରିଥିଲେ. ହୋମଯଂଜ୍ଞ ଶେଷ ହେବାପରେ ଉଭୟ କର୍ତ୍ତା ଶ୍ରୀ ପଣ୍ଡା ଏବଂ ଧର୍ମ ପତ୍ନୀ ତ୍ରିନାଥ ଦେବଙ୍କ ଆଶ୍ରିବାଦ ନେଇଥିଲେ.ଏହି ସମୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଥିଲେ.ଏସବୁ ପରେ ସନ୍ଧ୍ୟା ସମୟରେ ଥାନା ପକ୍ଷରୁ ଭଜନ ସମାରହୋ କାର୍ଯ୍ୟ କରାଯାଇ ଥିଲା. ଏହି ଭଜନ ସମାରହୋରେ ଅନେକ ଭଜନ ପ୍ରେମୀ ମାନେ ଉପସ୍ଥିତ ରହି ଥିଲେ. ପରେ ଠାକୁରଙ୍କ ନିକଟରେ ପ୍ରସାଦ ସମର୍ପଣ କରାଯାଇ ପ୍ରସାଦ ସେବନ ହୋଇ ଥିଲା. ଏହି ବାର୍ଷିକ ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଉ ଥିବା ବେଳେ ଥାନା କାର୍ଯ୍ୟରତ ଏସ ଆଇ ସସ୍ମିତା ବେହେରା. ଏସ ଆଇ ଶୁଭ ଲଷ୍ମୀ ପଟ୍ଟନାୟକ. ଏ ଏସ ଆଇ ପ୍ରଶାନ୍ତ କୁମାର ବେହେରା. ଏ ଏସ ଆଇ ରତ୍ନାକର ବେହେରା. ହାବିଲଦାର ବିଷ୍ଣୁ ଚରଣ ସ୍ୱାଇଁ. ସମେତ ଥାନାର ସମସ୍ତ କନେଷ୍ଟବଳ. ହୋମ ଗାର୍ଡ. ଏବଂ ଗ୍ରାମରକ୍ଷୀ ମାନେ ସହଯୋଗ କରିଥିଲେ. ଅନ୍ୟ ପକ୍ଷରେ ଥାନାପକ୍ଷରୁ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ପାଳନ କରାଯାଉ ଥିବାବେଳେ ପିପିଲି.ସତ୍ୟବାଦୀ ଏବଂ ନିମାପଡା ବ୍ଲକ ଅଞ୍ଚଳର ଜନସାଧାରଣ ମାନେ ଥାନା ସହିତ ଏକ ଭାଇଚାରା ସୁସମ୍ପର୍କ ଥିବା ଏକ ମାର୍ଗଦର୍ଶନ ଦେଉଛି.

Recent Comments

Leave Comments

Top