logo
add image
ନୂଆପଡ଼ାରେ ଖଡିଆଳ ମହୋତ୍ସବ-୨୦୨୬ ପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତ l 

ନୂଆପଡ଼ାରେ ଖଡିଆଳ ମହୋତ୍ସବ-୨୦୨୬ ପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତ l 

ନୂଆପଡ଼ା/୫/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ପର୍ବ ଭାବେ ପରିଚିତ ଖଡିଆଳ ମହୋତ୍ସବ–୨୦୨୬ ସୁଚାରୁ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ନୂଆପଡ଼ା ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂ,ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ,ଖରିଆର ଏନଏସି ଅଧ୍ୟକ୍ଷ  ଉଜ୍ଜ୍ୱଳ ଗୁପ୍ତା, ଅତିରିକ୍ତ ଏସପି  ରଞ୍ଜିତ ନାୟକଙ୍କ ସହ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ୪ରୁ ୮ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଖଡିଆଳ ମହୋତ୍ସବର ସୁଚାରୁ ପରିଚାଳନା, ଭିଡ଼ ନିୟନ୍ତ୍ରଣ,ସୁରକ୍ଷା ବ୍ୟବସ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଆବଶ୍ୟକୀୟ ସମନ୍ୱୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ବିଶେଷ କରି ୮ ତାରିଖରେ ହେବାକୁଥିବା ଷ୍ଟାର୍ ନାଇଟରେ ବିଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେରଙ୍କ କାର୍ଯ୍ୟକ୍ରମ ପରିଚାଳନା ଓ ଭିଡ ନିୟନ୍ତ୍ରଣ ଉପରେ ବିଶେଷ ଭାବରେ ଚର୍ଚ୍ଚା ହୋଇଥିଲା l
ଜିଲ୍ଲାପାଳ ଶ୍ରୀ ଦାଶ କହିଲେ ଯେ ମହୋତ୍ସବ ମୁଖ୍ୟ ସମାରୋହରେ ଭିଡ କମାଇବା ପାଇଁ ଅଧିକ ସଂଖ୍ୟାରେ ବଡ଼ ବଡ଼ ଏଲ ଇ ଡି ସ୍କ୍ରିନ୍ ରେ ଶୋ ବିଭିନ୍ନ ଜାଗାରେ ପ୍ରଦର୍ଶିତ ହେବ l ଏହାସହିତ ଯାତାୟାତ ବ୍ୟବସ୍ଥା,ଆପାତକାଳୀନ ସେବା, ଅଗ୍ନିନିର୍ବାପନ ବ୍ୟବସ୍ଥା ଓ ସାମଗ୍ରିକ ନିରାପତ୍ତା ନିମନ୍ତେ ପୂର୍ବ ପ୍ରସ୍ତୁତି ନେବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ lଏହି ସମୟରେ ଏକକ ବ୍ୟବହାର ପ୍ଲାଷ୍ଟିକର ବ୍ୟବହାରକୁ ସଂପୂର୍ଣ୍ଣରୂପେ ନିଷେଧ କରିବା ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ଉତ୍ସବ ସମୟରେ ସମଗ୍ର ସହର ସ୍ବଚ୍ଛ ରହିବା ସହିତ ଆଲୋକ ରେ ସଜ୍ଜିତ ହେବ l ଆରକ୍ଷୀ ଅଧିକ୍ଷକ କହିଲେ ଯେ ଜନ ସାଧାରଣ ଙ୍କ ସୁରକ୍ଷା କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ l ଏହା ସହିତ ଗାଡି ପାର୍କିଂ, ଅଗ୍ନି ନିରାପତ୍ତା, ଭିଡ ନିୟନ୍ତ୍ରଣ ସବୁ ବ୍ୟବସ୍ଥିତ ଭାବରେ ହେବ। ବୈଠକରେ ଡି ଏସ ପି ରମାକାନ୍ତ ଜେନା, ଖଡିଆଳ ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡ଼ବା, ଇଓ ଏନ୍ ଏ ସି ସ୍ଵାଧୀନ କୁମାର ମହାରଣା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସହିତ ସମସ୍ତ ପୋଲିସ୍ ଅଧିକାରୀ ଓ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ l  ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖି ଖଡିଆଳ ମହୋତ୍ସବକୁ ସୁରକ୍ଷିତ, ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

Recent Comments

Leave Comments

Top