ନୂଆପଡା/୧୪/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲାରେ ରାସନ ବିତରଣ ବ୍ୟବସ୍ଥା (ପିଡିଏସ) ଓ ଧାନ ଅଧିଗ୍ରହଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଅଲୋଚନା କରିଥିଲେ।ଆଲୋଚନା ଅନୁସାରେ ଜିଲ୍ଲାରେ ମୋଟ ୧୪୧ଟି ରାସନ୍ ବିକ୍ରୟ କେନ୍ଦ୍ର କାର୍ଯ୍ୟରତ ଅଛି।
ସେଥିରୁ ୧୩୧ଟି ଗ୍ରାମ ପଞ୍ଚାୟତ ଦ୍ୱାରା ଓ ୨୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପର୍ଯ୍ୟନ୍ତ ୫୦୯୭ଟି ପ୍ରବାସୀ ଶ୍ରମିକ ପରିବାରଙ୍କୁ ରେସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ମୋଟ ୫୪୨୮ ଜଣ ସଦସ୍ୟଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇଛି। ସମୁଦାୟ ଜିଲ୍ଲାରେ ୧,୮୯,୯୧୬ଟି ପରିବାରଙ୍କୁ ରେସନ କାର୍ଡ ଦିଆଯାଇଥିବା ବେଳେ ୫,୫୬,୯୯୨ ଜଣ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।
ମୋଟ ୫,୫୬,୫୪୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ୫,୩୫,୦୬୯ ଜଣଙ୍କ ଇ-କେୱାଇସି ସମ୍ପନ୍ନ ହୋଇଛି, ଯାହା ୯୬.୧୪ ପ୍ରତିଶତ ଅଟେ। ଜିଲ୍ଲାପାଳ ୧୦୦ ପ୍ରତିଶତ ଇ-କେୱାଇସି ସଫଳତାର ସହ ପୂରଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ବିପଣନ ନିରୀକ୍ଷକମାନଙ୍କୁ ରାସନ୍ ଦୋକାନଗୁଡିକର ଷ୍ଟକ୍ ପରଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବାକୁ ମଧ୍ୟ ଜୋର ଦେଇଥିଲେ। ସୂଚନା ଯୋଗ୍ୟଯେ ନୂଆପଡ଼ା ଜିଲ୍ଲାରେ ଚାଲୁଥିବା ଧାନସଂଗ୍ରହ ପ୍ରକ୍ରିୟା ୭୭ଟି ମଣ୍ଡି ମାଧ୍ୟମରେ ସୁଚାରୁ ଭାବେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନଙ୍କ ସମନ୍ୱୟ ଓ ନିରୀକ୍ଷଣରେ ଚାଷୀମାନଙ୍କଠାରୁ ଧାନକ୍ରୟ କାର୍ଯ୍ୟ ସଫଳତାର ସହିତ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୯, ୧୩୦ ଜଣ ଚାଷୀଙ୍କଠାରୁ ମୋଟ ୨୪,୭୭,୧୨୧ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଛି।
ଏହି ବୈଠକରେ ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ, କୋମନା ଯୋଗାଣ ନିରିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବୋଡେନ ଯୋଗାଣ ନିରିକ୍ଷକ ଆଲୋକ କୁମାର ପଟ୍ଟନାୟକ, ନୂଆପଡା ଯୋଗାଣ ନିରିକ୍ଷକ ସୁଭଶ୍ରୀ ଦାଶଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Recent Comments