ସୁବର୍ଣ୍ଣପୁର/୨୮/୦୨/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲାସ୍ତରୀୟ କୃଷକ ସମ୍ବାଦ ବଜେଟ -୨୦୨୬ ଉପରେ ସୁବର୍ଣ୍ଣପୁର ଜିଲ୍ଲା ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ୨୦୨୬ - ୨୭ ସମଗ୍ର ରାଜ୍ୟ ବଜେଟ ୩.୧୦ ଲକ୍ଷ୍ୟ କୋଟି ଛୁଇଁଛି ଚଳିତ ବର୍ଷ। ଏଥିରେ କୃଷି ଓ କୃଷକ ସମ୍ପର୍କିତ ବଜେଟ ଏକ ଲକ୍ଷ ୬୩ ହଜାର କୋଟି ରହିଛି। ଏହା ଗ୍ରାମୀଣ କୃଷି ଉତ୍ପାଦନକୁ ଦୀର୍ଘକାଳୀନ ଭିତ୍ତିରେ ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ। ରାଜ୍ୟ କୃଷକ ବଜେଟ ସମ୍ପର୍କିତ ବକ୍ତା ସରୋଜ ସାହୁ, ଜିଲ୍ଲା ସଭାପତି ବେଣୁଧର ଦାଶ, କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ବରିଷ୍ଠ ନେତା ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
Recent Comments