logo
add image
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ପୁରୀ,୨/୧୦/୨୦୨୪(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ର ଭୁବନେଶ୍ୱର କମିଶନରେଟ ପୁଲିସ ରେ ଡିସିପି ଭାବେ ବଦଳି ହୋଇଛି।ଶ୍ରୀ ମିଶ୍ର ଙ୍କୁ ଗତକାଲି ସଂଧ୍ୟାରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଏକ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଯୋଗ ଦେଇ ଶ୍ରୀ ମିଶ୍ର ଙ୍କ ର ପୁରୀ ରେ ସ୍ୱଳ୍ପ କାଳୀନ ରହଣି ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାହିତ କରିଛନ୍ତି ବୋଲି କହିଥିଲେ।ବିଶେଷ କରି ଚଳିତ ବର୍ଷ ନିର୍ବାଚନ ପରିଚାଳନା,ରଥଯାତ୍ରା ସହ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷା ର କାର୍ଯ୍ୟ ଗୁଡିକ ବେଶ ଚାଲେଞ୍ଜିଂ ଥିଲା।ତେବେ ସମସ୍ତ ଙ୍କ ସହଯୋଗ ଓ ସମନ୍ୱୟ ରେ ଏହା ସୁନ୍ଦର ଭାବେ ସମ୍ପର୍ଣ୍ଣ ହୋଇଥିଲା ବୋଲି ସେ କହିବା ସହ ଏସ ପି ଶ୍ରୀ ମିଶ୍ର ଙ୍କ ର ଅବଦାନ ବେଶ ଉଲ୍ଲେଖନୀୟ ଥିଲା ବୋଲି କହିଥିଲେ।ସେହିପରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ବିଷ୍ଣୁ ପ୍ରସାଦ ପତି ,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଶ୍ରୀ ମିଶ୍ର ଙ୍କ କାର୍ଯ୍ୟ ଶୈଳୀ, ଆଇନ ଶୃଙ୍ଖଳା ରକ୍ଷା ରେ ଦକ୍ଷତା, ଅଧିକାରୀ ଓ କର୍ମଚାରୀ ମାନଙ୍କ ପ୍ରତି ସମ୍ବେଦନଶୀଳତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହ ନୂତନ ସ୍ଥାନରେ ଏହି ଭଳି ଉଲ୍ଲେଖନୀୟ କାର୍ଯ୍ୟ କରି ଆହୁରି ସଫଳତା ପାଆନ୍ତୁ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ।ନିଜ ପ୍ରତିକ୍ରିୟା ରେ ଶ୍ରୀ ମିଶ୍ର ପୁରୀ ଜିଲ୍ଲାରେ ତାଙ୍କ ରହଣି ସମୟରେ ଅନେକ କାର୍ଯ୍ୟ ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସମସ୍ତ ଙ୍କ

Recent Comments

Leave Comments

Top