ଖୋରଧା/୧୦/୪/୨୦୨୬/(ଆଧାର ମିଡ଼ିଆ)-ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି l ଖୋରଧାର ବରିଷ୍ଠ ବିଜେପି ନେତା ତଥା ବିଜେପିର ଜଣେ ସକ୍ରୀୟ ସଦସ୍ୟ ନୀକୁଞ୍ଜ କିଶୋର ପଟ୍ଟନାୟକଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି l ଶ୍ରୀଯୁକ୍ତ ପଟ୍ଟନାୟକ ୧୯୭୫ ୧୯୯୪ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସକ୍ରୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିବା ବେଳେ ୧୯୯୪ ମସିହାରୁ ଆଜି ପର୍ଯ୍ୟନ୍ତ ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି l ୨୦୨୪ ସାଧାରଣ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ସାଂସଦ ଏବଂ ଖୋରଧା ବିଧାୟକଙ୍କ ନିର୍ବାଚନ ପ୍ରଚାରର ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ l ତାଙ୍କୁ ବିଜେପି ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ରଞ୍ଜନ ମହାନ୍ତି, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, ଖୋରଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେବା ପରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
Recent Comments