logo
add image
କଣିହାଁ ବ୍ଲକରେ ବିଧାୟକ ଙ୍କ ଦ୍ୱାରା ୧ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ।

କଣିହାଁ ବ୍ଲକରେ ବିଧାୟକ ଙ୍କ ଦ୍ୱାରା ୧ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ।

କଣିହାଁ,୧୮/୧୧/୨୦୨୪(ଆଧାର ମିଡ଼ିଆ)କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ କରାଯାଇଛି।ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଳଲହଡା ବିଧାୟକ ଆଶୋକ ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବରେ ଭୂମିପୂଜନ କରିଥିଲେ।ଉକ୍ତ ପ୍ରକଳ୍ପ ଗୁଡିକ ବିଧାୟକ ଆଶୋକ ମହାନ୍ତି ଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି।ଭୂମିପୂଜନ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ବଜ୍ରକୋଟ ର ସୁବର୍ଣ୍ଣପୁର ବସ୍ତି କୁ ବନ୍ୟା ପରିସ୍ଥିତିରୁ ସୁରକ୍ଷିତ ରଖିବା ପାଇଁ ୫୧ ଲକ୍ଷ ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧର ଉନ୍ନତି କରଣ , ତାଳପଦା ମନ୍ଦିର ସୁରକ୍ଷିତ ରଖିବା ପାଇଁ ୨୬ ଲକ୍ଷ ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧର ଉନ୍ନତି କରଣ, ତୁମଗୋଳା ଠାରେ ବିଦ୍ୟାଳୟ ପରିସରର ସୁରକ୍ଷା ପାଇଁ ୫୭ ଲକ୍ଷ ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ଵ ବନ୍ଧର ଉନ୍ନତି କରଣ।  ଉକ୍ତ କାର୍ଯ୍ୟକ୍ରମରେ ସମଲ ବ୍ୟାରେଜ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଅନ୍ୟାନ୍ୟ ଅଧିକାରୀ,ବିଜେପି ଜିଲା ଉପସଭାପତି ନୃସିଂହ ଚରଣ ବରାଳ,ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ ଓ ପ୍ରହ୍ଲାଦ ସାମଲ,ସୁମନ୍ତ ପ୍ରଧାନ,ସରପଞ୍ଚ ରାଜେନ୍ଦ୍ର ବେହେରା,ହରେକୃଷ୍ଣ ପ୍ରଧାନ,ବିଧାନ ସାହୁ,ପଦ୍ମ ଚରଣ ନାଏକ,ନିର୍ମଳ ବେହେରା,ମାନସ ରଞ୍ଜନ ବିଶ୍ଵାଳ ବିଦ୍ୟାଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top