logo
add image
ଡି.ଏସ୍.ଆର  ପ୍ରଣାଳୀରେ ଧାନଚାଷ  ଫସଲର ଶସ୍ୟକାଟ ପରିକ୍ଷଣ କାର୍ଯ୍ୟକ୍ରମ।

ଡି.ଏସ୍.ଆର  ପ୍ରଣାଳୀରେ ଧାନଚାଷ  ଫସଲର ଶସ୍ୟକାଟ ପରିକ୍ଷଣ କାର୍ଯ୍ୟକ୍ରମ।

କଣିହାଁ,୪/୧୨/୨୦୨୪(ଆଧାର ମିଡ଼ିଆ)ଅନୁଗୋଳ ଜିଲା କଣିହାଁ ବ୍ଲକ ରେ ସାମାଜିକ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା,ଅନୁଗୋଳ ଜିଲା ମୁଖ୍ୟ କୃଷି ଅଧିକାରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ,ଚଳିତ ବର୍ଷ  କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି  ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେନାଳି ଗ୍ରାମର ଅଗ୍ରଣୀଚାଷୀ ଏବଂ ସ୍ଥାନୀୟ କୃଷି ଗ୍ରାମ ସେବକ ସରତ ପ୍ରଧାନ ଙ୍କ ସହିତ ଅନୁଷ୍ଠାନର କର୍ମକର୍ତ୍ତା ନେତୃତ୍ବରେ ଡି.ଏସ୍.ଆର୍, ଡାଇରେକ୍ଟ ସିଡେଡ଼ ରାଇସ,ଏହି ପଦ୍ଧତିରେ କରାଯାଇଥିବା ଧାନଚାଷ ଫସଲର  ଶସ୍ୟକାଟି ଅମଳ ପରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।୫/୫ ମିଟର ପରିଧି ମଧ୍ୟରେ  ସମସ୍ତ ଧାନକୁ କାଟିବା ସହ ମେଶିନ ମାଧ୍ଯମ ରେ ଓଜନ କରାଯାଇଥିଲା,ଏହି ଡି ଏସ ଆର ପଦ୍ଧତି ହେଛି କୃଷକ ମାନେ ରଖି ଥିବା ବିହନକୁ ଲୋକଙ୍କ ଦ୍ୱାରା ବିଲରେ ନାପକାଇ,ମେସିନୀ ମାଧ୍ୟମରେ ଏକା ସାଥିରେ ବିହନ ଓ ସାର ଦେଇ ବିହନ ପୋତା ଯାଇଥାଏ,ଏହି ପଦ୍ଧତି ରେ ଧାନ ଫସଲ ଚାଷ କଲେ କୃଷକକୁ ଅଧିକ ଫସଲ ଅମଳ ଲାଭ ମିଳେ,ଏହା ସହିତ ଏହି ପଦ୍ଧତି ରେ ଧାନ ଚାଷ କଲେ ଚାଷି ଙ୍କୁ ପ୍ରଥମ ବର୍ଷ ହେକ୍ଟର ପ୍ରତି ୭୦୦୦ ଟଙ୍କା ଓ ଦ୍ୱିତୀୟ ବର୍ଷ ସେହି ପଦ୍ଧତି ରେ ଚାଷ କଲେ ୫୦୦୦ ଟଙ୍କା ଚାଷି ଙ୍କୁ ପ୍ରଦାନ କରାଯିବ ବୋଲି ସମ୍ପକୃ ସଂସ୍ଥାର ସଦସ୍ୟ ବୁଦ୍ଧଦେବ ଦାଶ ପ୍ରକାଶ କରି ଥିଲେ,ଏଥିସହିତ ହଳ କରି ଚାଷି ,ପାଞ୍ଚ ବାଇ ପାଞ୍ଚ ମିଟର ରେକେତେ ଧାନ ପାଇଲେ ଓ ମେସିନ ଦ୍ୱାରା ଚାଷ କଲେ କେତେ ଲାଭ ପାଇଲେ ତାର ଅମଳ ପରୀକ୍ଷଣ,କଣିହାଁ ବ୍ଲକ ର ବାଲିପଶି,ବଡ଼ ତ୍ରିବିଡା,ସାନ ତ୍ରିବିଡା,କମରେଇ,କର୍ଣ୍ଣପାଳ,ସୁସୁବା, କୁଲେଇ,ବିଜିଗୋଳ ଏବଂ ହନୁମାନପୁର୍ ଆଦି ପଞ୍ଚାୟତରେ ଶସ୍ୟକାଟି ପରିକ୍ଷଣ ଚାଲୁ ରହିଛି।
 

Recent Comments

Leave Comments

Top