logo
add image
ଜିଲ୍ଲାସ୍ତରୀୟ କୃଷକ ସମାବେସ

ଜିଲ୍ଲାସ୍ତରୀୟ କୃଷକ ସମାବେସ

ସୁବର୍ଣ୍ଣପୁର,୮l୧୨l୨୪(ଆଧାର ମିଡ଼ିଆ)ଓଡିଶା ସରକାରଙ୍କ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ବୃଦ୍ଧି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କୃଷକ ସମାବେଶ ରୟାଲ ପଡ଼ିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କାରିଛନ୍ତି।ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ,ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲ୍ଲାପାଳ ସୌମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ,କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂ ବରିହା,ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଏ,ସୋନପୁର ସହକାରୀ ଉପନିବନ୍ଧକ ସମବାୟ ସମିତି ପାଣୁ ଚରଣ ସାହୁ ଓ ବୀରମହାରାଜପୁର୍ ସହକାରୀ ଉପନିବନ୍ଧକ ସମବାୟ ସମିତି ଗିରିଶ ଚନ୍ଦ୍ର ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଓଡିଶା ନିର୍ମାଣ ଲକ୍ଷ୍ୟରେ କୃଷି ଆୟକୁ ଦ୍ବିଗୁଣିତ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଅଂଶୀଦାର ହେବାକୁ କହିଥିଲେ।ଏହି ଅବସରରେ ଜିଲ୍ଲାର ୨ ଜଣ ସଫଳ ଚାଷୀଙ୍କୁ କୃଷି ଯାନ୍ତ୍ରିକକରଣ ସମ୍ପର୍କିତ ସହାୟତା ପ୍ରଦାନ ପୂର୍ବକ ଟ୍ରାକ୍ଟରର ଡେମୋ ଚାବି ପ୍ରଦାନ କରାଯାଇଥିଲା।ଆଜି ବରଗଡ଼ର ସୋହେଲାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟିତ କୃଷି ଉତ୍ସବର ଆଭାସି ପ୍ରସାରଣ କରାଯାଇଥିବା ବେଳେ ଆମ ଜିଲ୍ଲାର ୬ଟି ବ୍ଲକରୁ ଶହଶହ ଚାଷୀ ଜିଲ୍ଲାରେ ଅନୁଷ୍ଠିତ କୃଷକ ସମାବେଶରେ ଅଂଶଗ୍ରହଣ କରିଥିବା ବେଳେ ସମାରୋହରେ ସ୍ଥାନୀୟ ନେତୃବୃନ୍ଦ ତଥା ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।ସମାରୋହ ଅବସରରେ ଜିଲ୍ଲାର କୃଷକ ମାନଙ୍କୁ ଚାଷୀ ଓ ଚାଷ ସମ୍ପର୍କିତ ବିଭିନ୍ନ ଜ୍ଞାନ କୌଶଳ ତଥା ତତ ସମ୍ୱନ୍ଧୀୟ ବିଶେଷ ସୂଚନା ଓ ସଚେତନ ନିମନ୍ତେ ପ୍ରଦର୍ଶନୀ ମଣ୍ଡପ ସହ ଖାଦ୍ୟ ଷ୍ଟଲର ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ଛାତ୍ରୀଛାତ୍ର ଓ ସାଂସ୍କୃତିକ ସଂଗଠନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।ତରଭା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
 

Recent Comments

Leave Comments

Top