ଭବାନୀପାଟଣା,୦୯/୧୨/୨୪(ଆଧାର ମିଡ଼ିଆ//ରିପୋର୍ଟ - ସାରଦା ପ୍ରସାଦ ମହାନ୍ତି)ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଭବାନୀପାଟଣା କୃଷି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳାର ଆଜି ଥିଲା ତୃତୀୟ ଦିବସ। ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ,ବିତରଣ ଏବଂ କୃଷି ସମ୍ଭନ୍ଧୀୟ ଆଲୋଚନା ଚକ୍ର ଆଦି ଅନୁଷ୍ଠିତ ହେଉଅଛି।ଏଥିରେ ଉନ୍ନତମାନର ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିର୍ମିତ ହୋଇଥିବା କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ ତଥା ବ୍ୟବହାରିକ ପ୍ରଣାଳୀ ଏବଂ କ୍ରୟ ଉପରେ ସରକାରୀ ରିହାତିର ସୁବିଧା ଉପଲବ୍ଧ ହୋଇଥାଏ।ଏହି ସବୁକୁ ଦେଖି ଚାଷୀ ଭାଇମାନେ ସେମାନଙ୍କ ଚାହିଦା ମୁତାବକ ଯନ୍ତ୍ରପାତି କ୍ରୟ କରିଥାନ୍ତି। ଆଜି ତୃତୀୟ ଦିନରେ କାରବାର ବେସ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ସେଇଭକି କାମ୍ବାଇନ ହାରବେଷ୍ଟର,ଡାଲି,ରାଇସ,ଅଏଲ ମିଲ,ଶେଲ୍ଳର,ପମ୍ପ ସେଟ,ରେପର,ରୋଟା ଭେଟର,ଟ୍ରାକଟର,ଥ୍ରେଶର ଆଦି ପ୍ରାୟ ପାଖାପାଖି ବାର କୋଟି ଟଙ୍କାର କାରବାର ହୋଇସାରିଲାଣି।ଏହି ମେଳାରେ ବହୁ ନାମିଦାମୀ କମ୍ପାନୀ ସେମାନଙ୍କର କୃଷି ଯନ୍ତ୍ର ପାତି ପ୍ରଦର୍ଶିତ କରିବା ସହ ବିଜ୍ଞପନ ମଧ୍ୟ ଦେଇଥାନ୍ତି।ବ୍ୟାପକ କାରବାର ଦେଖି କମ୍ପାନୀ ମାନେ ବେସ ଖୁସିଥିବା ଦେଖିବାକୁ ମିଳିଥିଲା।ମେଳାର ତୃତୀୟ ଦିନରେ ମୁଖ୍ୟ ଅତିଥିଭାବେ ଅଡିସନାଲ ଇ.ଓ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା,ସମ୍ମାନିତ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ମଳୟ କୁମାର ପରିଡା ଓ ୟୁ ଟି ଡିନ ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ,ଏଡିଆର ଶ୍ରୀଜୁକ୍ତ ଭବାନୀ ଶଙ୍କର ନାଏକ, ଶ୍ରୀଯୁକ୍ତ ଅମିତାବ ପଣ୍ଡା, ଶ୍ରୀଯୁକ୍ତ ଶୁଭେନ୍ଦୁ କର,ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା,କୁମାରୀ ମୋନାଲିସା ପ୍ରଧାନ,ଶ୍ରୀଯୁକ୍ତ ଅଂଶୁମାନ ପାଇକରାୟ,କୁମାରୀ ଏଲିନା ନାଏକ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ।ଏହିସମସ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ଉଦଘୋଶିକକା ସୁଶ୍ରୀ ଲିପସା ମହାରଣା ମଞ୍ଚ ପରିଚାଳନା କରିଥିଲେ।
Recent Comments