ଖୋର୍ଦ୍ଧା,୨୦/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଲଘୁଚାପ ଜନିତ ଝିପି ଝିପି ବର୍ଷା ଯୋଗୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଚାଷୀ ମାନେ ଅମଳ କରିଥିବା ଧାନ,ଏବଂ କଳେଇ ଗଦା ସବୁ ଜମିପାଖହୁଡା ଏବଂ ଆଉ କିଛି ଚାଷୀ ଖଳାକରି ରଖିଛନ୍ତି। ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ମାନେ ଜରିପାଲ ଘୋଡାଇ ଧାନକୁ ସୁରକ୍ଷିତ ରଖିଥିବା ଦେଖି ବାକୁ ମିଳିଛି।ଆଉ କିଛି କଟାହୋଇଥିବା ଧାନ ବିଲରେ ପଡ଼ିରଥିବା ଦେଖିବାକୁ ମିଳିଛି।ଚାଷୀ ମାନଙ୍କର ଦୁଃଖ ଧାନ ବୁଣିବା ଠାରୁ ଆରମ୍ଭ କରି ଅମଳ ହେବାଯାଏଁ ସମସ୍ୟା ପରେ ସମସ୍ୟା କେତେବେଳେ ହାତୀ,ଆଉ କେତେବେଳେ ବରାହ ଓ ଅନ୍ୟ ଜୀବଜନ୍ତୁ ଙ୍କର ଉପଦ୍ରବ। ଆଉ ଏବେ ଲଘୁଚାପ ଜନିତ ବର୍ଷା ପାଇଁ ଚାଷି ମାନେ ଭାଙ୍ଗିପଡିଛନ୍ତି।ବର୍ତ୍ତମାନ କିଛି ଚାଷୀ ଙ୍କର ଧାନ ଖଳା ଏବଂ ବିଲରେ ଭିଜୁଥିବାର ସୂଚନା ମିଳିଛି ଏବଂ ଏହି ଅମଳ ହେବାକୁଥିବା ଧାନ ବର୍ଷା ଅଧିକ ହେଲେ ଧାନର ମାନ ହ୍ରାସ ହେବା ସହିତ ଧାନ ଗଜା ହୋଇଯିବା ଆଶଙ୍କା କୁ ଏଡାଇ ଦେଇ ହେବନାହିଁ।ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ସେମାନେଙ୍କ ବର୍ଷସାରା କରିଥିବା କଷ୍ଟ ପାଣିରେ ପଡିଯିବ।ବର୍ଷା ଜଦି ଏମିତି ଲାଗିରହିବ ଧାନ ଭିଜି ଯାଇ ମଣ୍ଡିକୁ ଗଲାବେଳେ ତାର ମାନ କଣ ରହିବ ସେ ଚିନ୍ତା ରେ ପଡିଯାଇଛି ଚାଷୀ।
Recent Comments