ପିପିଲି/୨୧/୧୨/୨୦୨୪/( ଆଧାର ମିଡ଼ିଆ )ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷାରେ କ୍ଷେତରେ ବୁଡିରହିଛି କଟା ଧାନଫସଲ. ପାଣିରେ ବୁଡି ରହିବା ଯୋଗୁ ଚାଷି ଏବେ ଚିନ୍ତାରେ ରହିଅଛି. ଏସବୁ ଧାନ ଫସଲ ଗଜା ହେବାକୁ ଯାଉଅଛି. ପୁରୀ ଜିଲ୍ଲା ପିପିଲି ବ୍ଲକର ୨୫ଗୋଟି ପଞ୍ଚାୟତର ଚାଷୀମାନେ ଧାର କରଜ କରି ଧାନ ବିହନ କିଣି ତଳିପକାଇ ଟ୍ରାକ୍ଟର ଯୋଗେ କାଦୁଅ କରି ଧାନ ତଳି କ୍ଷେତରେ ରୁଆଇ ହଜାର ହଜାର ଟଙ୍କା ଖର୍ଚ୍ଚକରି ସାର ଔଷଧ ପ୍ରୟୋଗ କରି ପାଚିଲା ଧାନ କ୍ଷେତରୁ ଖାଳାକୁ ଆଣିବା ପାଇଁ ମନରେ ଖୁସି ବାନ୍ଧିଥିବା ବେଳେ ଏହି ଖୁସିକୁ ଧୂଳିସାତ କରି ଦେଇଛି ଲଘୁଚାପ ଜନିତ ବର୍ଷା. ଯାହାକି ଚାଷି ହଜାର ହଜାର ହେକ୍ଟର ଧାନ ନଷ୍ଟ ହେବାକୁ ବସିଥିବା ବେଳେ ଚାଷି ତାର ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଢ଼ୀପ ଜମି ମାନଙ୍କରେ ବିଭିନ୍ନ ପ୍ରକାର ପରିବା ଫସଲ ନଷ୍ଟ ହେବାକୁ ବସିଲାଣି. ତେବେ ଲଘୁଚାପ ଜନିତ ବର୍ଷା ଛାଡ଼ିବା ପରେ ଚାଷି କେମିତି ପରିବାର ପ୍ରତିପୋଷଣ କରିବ ଏବଂ ବର୍ଷକ ପର୍ଯ୍ୟନ୍ତ କିଭଳି ହାଣ୍ଡିରେ ଦିମୁଠା ଚାଉଳ ପକାଇ ଖାଦ୍ୟ ଖାଇବ ତାହାକୁ ନେଇ ଚାଷି ମାନେ ଚିନ୍ତିତ ଅଛନ୍ତି. ତେଣୁ ଏଦିଗରେ ଜିଲ୍ଲା ପ୍ରଶାସନ ନଜର ଦେଇ ଚାଷି ମାନଙ୍କୁ କ୍ଷୟ କ୍ଷିତି ପ୍ରଦାନ କରିବାକୁ ଚାଷି ମହଲରେ ଦାବୀ ହେଉଛି.
Recent Comments