ଦେବଗଡ଼/ ୨୬/୧୨/୨୦୨୪/ (ଆଧାର ମିଡିଆ। )-ନୂତନ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୪-୨୫ ବର୍ଷରେ କୃଷକ ପଞ୍ଜୀକରଣ ଓ ଡିଜିଟାଲ ଫସଲ ସର୍ଭେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ଜିଲ୍ଲା କୃଷି ଅଧିକାରୀ ଧବଳେଶ୍ଵର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗୋଦେଇ ଜିଲ୍ଲାର କୃଷକ ପଞ୍ଜୀକରଣ ଓ ଡିଜିଟାଲ ଫସଲ ସର୍ଭେ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ଶିବିରରେ ଜିଲ୍ଲାର ତହସିଲଦାର, ଅତିରିକ୍ତ ତହସିଲଦାର, ଆର. ଆଇ, ଏ. ଆର. ଆଇ, କୃଷି ଏବଂ ଆନୁଷଙ୍ଗିକ ବିଭାଗର ପଞ୍ଚାୟତ ସ୍ତରୀୟ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ-ପ୍ରତାପ କିଶୋର ନାୟକ। ଆଧାର ମିଡିଆ। ଦେବଗଡ)
Recent Comments