logo
add image
ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ

ନୂଆପଡା/୦୭/୦୧/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ/ସୁଜିତ କୁମାର ପ୍ରଧାନ) ସଦର ପୋଲିସ ପଡିଆଠାରେ ଜିଲ୍ଲାସ୍ଥରୀୟ କୃଷି ମହୋତ୍ସବ ଉଦ୍ଘାଟନୀ ହୋଇଛି।ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ମଧୁସୂଦନ ଦାସ ଯୋଗଦେଇ ଚାଷୀମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ "ଚାଷୀ ହସିଲେ, ଦେଶ ହସିବ" ଜିଲ୍ଲା ପ୍ରଶାସନ ଏବେ ଖାଲି ଗାଁକୁ ଯାଉନାହିଁ ବରଂ ଚାଷୀଙ୍କ ଘରେ ପହଞ୍ଚୁଛି କହି ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦକରିବା ପାଇଁ ଚାଷୀ କୁଲଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ, ଖରିଆର ମହମ୍ମଦ ଅଜିଜ ଖାନ (ଆଇ. ଏଫ୍. ଏସ), ବନଖଣ୍ଡ ଅଧିକାରୀ ( ବନ୍ୟଜନ୍ତୁ) ଶ୍ରୀ ମହାଦେବ ବଡାଇକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ୍ କରିବାପାଇଁ ଉଦବୋଧନ ଦେଇ ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ।
ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ। ଆଜିର ସଭାକାର୍ଯ୍ୟରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀ, ନୂଆପଡ଼ା ଶ୍ରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର କରିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ ( କୃଷି) ଶ୍ରୀ ପଦ୍ମଲୋଚନ ମାଝୀ ଚାଷୀ ଙ୍କୁ କୃଷି ଯନ୍ତ୍ରପାତିର ଉପକାରିତା ସମ୍ପର୍କରେ ବୁଝାଇଥିଲେ। କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ବେଉରା ଧନ୍ୟବାଦ୍ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ାର ପ୍ରତାପ ସାହୁ ଓ ସୁଦୂର ବରଗଡ଼ରୁ ଆସିଥିବା ଅର୍ଚ୍ଚିତା ପାଢ଼ୀ। ସନ୍ଧ୍ୟାରେ ବିଭିନ୍ନ ଲୋକକଳା, ଲୋକଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଗୀତବାଦ୍ୟରେ ନୂଆପଡ଼ା ଆକାଶ କମ୍ପି ଉଠିଥିଲା। ମେଳାରେ ସମୁଦାୟ ୫୦ ଗୋଟି ବିଭିନ୍ନ ବିଭାଗ ସହିତ କୃଷି ଯନ୍ତ୍ରପତିର ଷ୍ଟଲ ପଡ଼ିଛି। ତନ୍ମଧ୍ୟରୁ ୧୩ ଗୋଟି ବିଭାଗୀୟ ଷ୍ଟଲ ହୋଇଥିବା ବେଳେ ଅବଶିଷ୍ଟ ୩୩ଟି ଷ୍ଟଲ ବିଭିନ୍ନ ଯନ୍ତ୍ରପାତି ସମ୍ବନ୍ଧୀୟ ଷ୍ଟଲ ସହ ୪ ଟି ଖାଦ୍ୟପେୟ ଷ୍ଟଲଥିଲା। ଆମର ଭୂଳିଯାଇଥିବା ପରମ୍ପରାକୁ କିପରି ଆଗକୁ ନବାପାଇଁ ମେଳା ମଧ୍ୟରେ ସୁନାବେଡା ଚୁକୁଟିଆ ଭୁଂଜିଆ ମାନଙ୍କର ଲାଲ୍ ଘର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସାଇପଲାର ଶ୍ରୀ ଚକ୍ରଧର ସାହୁ, ନାମକ ଜଣେ ସମନ୍ୱିତ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ଆଜି ସିନାପାଲି ବ୍ଲକର ୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଆରମ୍ଭିକ ଧନରାଶି ବାବଦକୁ ୧୦,୦୦୦/- ଟଙ୍କା ଲେଖାଏଁ ଆତ୍ମ, ସିନାପାଲି ତରଫରୁ ଜିଲ୍ଲାପାଳଙ୍କ ହାତରେ ଚେକ୍ ମାଧ୍ୟମରେ ନ କରାପ୍ରଦାଗଲା। 

Recent Comments

Leave Comments

Top