ବାଲିଗୁଡ଼ା/୦୭/୦୧/୨୦୨୫/:(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନକ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବାପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ l ଚାଷୀ ଯେପରି ଧାନର ଉପଯୁକ୍ତ ମୂଲ୍ୟ ପାଇବେ ଓ କଟନୀ ଛଟନୀ ନହେବ ସେଥିପ୍ରତି ଦୃଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ l ଏଥିରେ କୁମୁଦିନୀ ମଲ୍ଲିକ ସରପଞ୍ଚ, ସମେତ ବାରଖମା , ରେବିଙ୍ଗିଆ ,ସଲାଗୁଡା ଓ ସୁଡ୍ରା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କୃଷକ ସଙ୍ଗଠନ ସଭାପତି ବଂଶୀଧର ଦାଣ୍ଡିଆ, ସଂପାଦକ ସିମଞ୍ଚଳ ପାତ୍ର, ସାନନ୍ଦ ମଲ୍ଲିକ, ଉପଦେଷ୍ଟା ବିରେନ୍ଦ୍ର କୁମାର ସାହୁ, ପରମାନନ୍ଦ ନାୟକ, ଅଗ୍ରଣୀ ଚାଷୀ ,ମିଶନ ଶକ୍ତିର ସୁରେଶ କହଁର, ଏମ ବି କେ ଶିଖାରାଣୀ ଦିଗାଲ, ବିଏଲଏଫ ସଭାପତି ମାଳା ସିନୀ ଦିଗାଲ, ସଂପାଦକ ମିନିପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Recent Comments