logo
add image
କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ

କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ

ପଦ୍ମପୁର/ବରଗଡ/୧୬/୧/୨୦୨୫/ (ଆଧାର ଓଡିଶା//ରିପୋର୍ଟ-ଡିଲେଶ୍ୱର ବାଗ):ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜାମୁଟପାଲି ଗ୍ରାମପଞ୍ଚାୟତର କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇ ଯାଇଛି l କୃଷି ବିଭାଗ ଓ ଦେବଦତ୍ତ କ୍ଳବର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାମୁଟପାଲି ଗ୍ରାମପଞ୍ଚାୟତ ସରପଞ୍ଚ ସୁମିତ୍ରା ସାହୁ, ସମିତି ସଭ୍ୟ ସରୋଜ ଶ୍ରୀ ଭୂଷଣ ସାହୁ,କୃଷି ବିଭାଗ ଓଭରସିଅର ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ l  ଦେବଦତ୍ତ କ୍ଲବ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅନ୍ନ ଅଭିଯାନ ଗାଇସିଲେଟ ବ୍ଲକ ସଂଯୋଜକ ଶେଷଦେବ ସାହୁ ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ଗାଇସିଲେଟ ବ୍ଲକରେ ୪୦୦୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟଅଛି ଓ ଏପର୍ଯ୍ୟନ୍ତ ୭୩୪ ଜଣ ଚାଷୀ ମାଣ୍ଡିଆ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିବା ପ୍ରକାଶ କରିଥିଲେ l  ଅତିରିକ୍ତ ବ୍ଲକ ସଂଯୋଜକ ବିଜୟ ମାଝୀ ବୁଢାସମ୍ବର ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀ ଲିଃ କେନ୍ଦୁଭଟା  ମାଧ୍ୟମରେ ଟିଡ଼ିସିସି ମାଣ୍ଡିଆ କ୍ରୟ କରୁଛି ଓ ଚାଷୀ ସଫା ସୁତୁରା ମାଣ୍ଡିଆ ବିକ୍ରୟ କରି କ୍ୱିଣ୍ଟାଲ ପ୍ରତି ୪୫୦୦ ଟଙ୍କା ପାଇବେ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ l ଶ୍ରୀ ଅନ୍ନ ଅଭିଯାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପରିଶେଷରେ ଉମାକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ l

 

Recent Comments

Leave Comments

Top