logo
add image
ବାମନାଳ ଓ ସଲଙ୍ଗ ପଞ୍ଚାୟତରେ ଖୋଲିଲା ଧାନମଣ୍ଡି

ବାମନାଳ ଓ ସଲଙ୍ଗ ପଞ୍ଚାୟତରେ ଖୋଲିଲା ଧାନମଣ୍ଡି

ପୁରୀ/୧୭/୧/୨୦୨୫/-(ଆଧାର ମିଡ଼ିଆ)-ନିମାପଡ଼ା ବ୍ଲକ ଅଧିନ ଗଦେଇ ଜେନା ସେବା ସମବାୟ ସମିତି ଅଧିନ ବାମନାଳ ପଞ୍ଚାୟତରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି।ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପରିଚାଳକ ରଂଜିତା ଦଳାଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅତିଥି ରୂପେ ଗଦେଇ ଜେନା ସେବା ସମବାୟ ସମିତିର ସଭାପତି ସବ୍ୟସାଚୀ ପାଣି , ସମ୍ପାଦକ ବିଷ୍ଣୁ ପ୍ରସାଦ ବାରିକ, ପରିଚାଳନା କମିଟିର ସଭ୍ୟ ଶଶାଙ୍କ ପାଣି, ପୁର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦାସ,ନିରଞ୍ଜନ ବେହେରା, ମହେନ୍ଦ୍ର ସାମନ୍ତସିଂହାର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ପଞ୍ଚାୟତ କୃଷି ଅଧିକାରୀ ସଞ୍ଜୟ କୁମାର ବାରିକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଜିକୃତ ୧୩ ଜଣ ଚାଷୀଙ୍କ ସହଯୋଗରେ ଧାନ ମଣ୍ଡିରେ ପ୍ରଦାନ କରିଥିଲେ।ଏ କେ ଉଦୟ ରାଇସ ମିଲର ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୁଲ୍ୟରେ ୪ ଶହ କ୍ବିଣ୍ଟାଲ ଧାନ ସଂଗ୍ରହ କରିଥିଲେ। ସେହିପରି ଓହଳ ସେବା ସମବାୟ ସମିତିରେ ମଧ୍ୟ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି। ସେବା ସମବାୟ ସମିତିର ପରିଚାଳନା କମିଟିର ସଭାପତି ହରେକୃଷ୍ଣ ପରିଡ଼ା, ସମ୍ପାଦକ ସାଗର ଚନ୍ଦ୍ର ସ୍ବାଇଁ, ପ୍ରମୋଦ କୁମାର ନାୟକ, ପ୍ରତ୍ୟୁଷ କୁମାର ଜେନା, ସଭ୍ୟ କାଳୁ ପରିଡ଼ା ପଞ୍ଚାୟତ କୃଷି ଅଧିକାରୀ ମାମିନା ଦାଶ ପ୍ରମୁଖ ଉପସ୍ଥିତ ରହି ପଞ୍ଜିକୃତ ଚାଷୀମାନଙ୍କ ଠାରୁ ୫ ଶହ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା।

Recent Comments

Leave Comments

Top