ମୁନିଗୁଡା/ରାୟଗଡ଼/୦୧/୦୨/୨୦୨୫/ (ଆଧାର ମିଡ଼ିଆ//କାଷିନାଥ ପାଳ)) ରାୟଗଡ଼ ଜିଲ୍ଲାର ମୁନିଗୁଡା ବ୍ଲକ୍ ଅନ୍ତର୍ଗତ କୁମୁଡ଼ାବାଲି ଗ୍ରାମ ପଞ୍ଚାୟତର ପଦମପୁର ଗ୍ରାମରେ ଏଫ.ପି.ଓ ମୁନିଗୁଡା (କୃଷକ ଉତ୍ପାଦକ ସଂଗଠନ)ର ଆନୁକୂଲ୍ୟରେ ଓ ଶ୍ରୀଅନ୍ନ ଅଭିଯାନ,ଆତ୍ମା ରାୟଗଡାର ସୌଜନ୍ୟରେ ଆଜି ମାଣ୍ଡିଆର ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କୃଷିଅଧିକାରୀ ମୁନିଗୁଡା ଚିତ୍ତରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଓ କୃଷି ବିଭାଗର ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜ ନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳୀ ଶ୍ରୀଯୁକ୍ତ ନୀଳମାଧବ ହିକକା, ସମ୍ମାନୀତ ଅତିଥି ଅଧ୍ୟକ୍ଷା ପଞ୍ଚାୟତ ସମିତି ମୁନିଗୁଡା ଶ୍ରୀମତୀ ଦୁଃଖିନୀ ନୁଣ୍ଡରୁକା, ସମିତି ସଭ୍ୟ କୁମୁଡ଼ାବାଲି ଗ୍ରାମ ପଞ୍ଚାୟତ ଶ୍ରୀଯୁକ୍ତ ଉଦ୍ଧବ ସିକକା,ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ କାଳନ୍ଦୀ ପରିଡ଼ା,କେ.ସି.ସି ଓଡ଼ିଶାର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୁକା,ଏଫ.ପି.ଓ ମୁନିଗୁଡାର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ପୁସିକା, ଏଫ.ପି.ଓର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ମହାରଣା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଚାଷୀ ମାନଙ୍କୁ ବୁଝାଇ ଥିଲେ ।
ପ୍ରଥମେ ମୁଖ୍ୟ ଅତିଥି ଫିତାକାଟି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିବା ସହ ଭଗବାନଙ୍କ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ,ନାରିକେଳ ଭାଙ୍ଗିବା ସହ ପୁଷ୍ପମାଲ୍ୟ ଅର୍ପଣକରି ଏହି କାର୍ଯ୍ୟକ୍ରମର ମଙ୍ଗଳ ମନାସି ଥିଲେ । ବିଶେଷ ଭାବରେ ଚଳିତବର୍ଷ ମୁନିଗୁଡା ବ୍ଲକରେ ୮ହଜାର କ୍ୱିଣ୍ଟାଲ ମାଣ୍ଡିଆ ବିହନ ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପ୍ରତି ସରକାରଙ୍କ ନିର୍ଦ୍ଧାରିତ ୪୫୦୦/- ଟଙ୍କାରେ କିଣାଯିବା ବିଷୟରେ ଏଫ.ପି.ଓ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦର୍ଶାଇଥିଲେ ।ଏହାପରେ ମାଣ୍ଡିଆର ଉପଯୁକ୍ତ ଗୁଣବତ୍ତା(ଏଫ୍.ଏ .କ୍ୟୁ) ମାନର ସଫା ସୁତରା ମାଣ୍ଡିଆ ଦେବାକୁ ଚାଷୀ ମାନଙ୍କୁ ମୁନିଗୁଡା ମିଲେଟ୍ ମିଶନ ଆର୍.ସି.ଡି.ସି ର ବ୍ଲକ ସଂଯୋଜକ ଚୈତନ୍ୟ ପ୍ରଧାନ କହିଥିଲେ ।ପରେ ପରେ କେସିସି ଓଡ଼ିଶାର ପୂର୍ବତନ ସଭାପତି,କୃଷି ଜିଲ୍ଲା ଅଧିକାରୀ ଓ ଗୋଷ୍ଠୀ କୃଷି ଅଧିକାରୀ ପ୍ରମୁଖ ଭାବରେ ମାଣ୍ଡିଆର ଉତ୍ପାଦନ ବୃଦ୍ଧି, ଖାଦ୍ୟ ଗୁଣାବଳି ସହ ଉନ୍ନତ ପ୍ରଯୁକ୍ତି ବିଦ୍ୟା ସହ ବୈଜ୍ଞାନିକ ପ୍ରଣାଳୀ ,ଏସ.ଆର. ଆଇ ପଦ୍ଧତିର ଚାଷଆଦି ପ୍ରମୁଖ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହିକକା ନିଜକୁ ଜଣେ ପ୍ରଥମେ ଚାଷୀ ଭାବରେ ସମ୍ବୋଧନ କରିବା ସହ କୃଷିବିଭାଗର ସମସ୍ତ ସରକାରୀ ଯୋଜନା ଅଧିକାରୀଙ୍କ ଦ୍ବାରା ସଠିକ୍ ଉପଯୋଗ ହେବାସହ କିଭଳି ଚାଷୀ ମାନଙ୍କ ନିକଟରେ ପହଂଚି ପାରିବ ଓ ଏହାର ପ୍ରକୃତ ଲାଭ ହିତାଧିକାରୀ ମାନେ କିପରି ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ଅଧିଦର୍ଷକ ହିମାଂଶୁ ଭୁଷଣ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା,ଏଫ.ପି.ଓ ର ବୋଡ ସଦସ୍ୟ ମଙ୍ଗଳବାରୀ କିଲାକା, ସୁବାଷ ପ୍ରାସ୍କାକା, ଜଗନ୍ନାଥ ପିଡିକାକା, ସୁନାପୁର ବ୍ରେଡେକା, ଅନନ୍ତ ପିଡିକାକା, ହରେକୃଷ୍ଣ ବେହେରା ସହ ସି.ଆର.ପି ସଦସ୍ୟ ରାମଚନ୍ଦ୍ର ପିଡିକାକା, ଚିତୁରୁ ଗୌଡ଼,ଦିବାକର ପ୍ରାସ୍କା,ଅନିଲ ସିକକା,ଦୁର୍ଲଭ ଟଙ୍ଗା, ଜଗନ୍ନାଥ ପିଡିକାକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।ଶେଷରେ ହରେକୃଷ୍ଣ ବେହେରା ନିର୍ଦ୍ଦେଶକ ତଥା ଏଫ.ପି.ଓ ମୁନିଗୁଡାର ବୋର୍ଡ ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments