କଣିହାଁ/୯/୪/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲା କଣିହାଁ ଏନଟିପିସି ଏବଂ ସ୍ବେଛାସେବୀ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ,ମଲ୍ଟି ସ୍କିଲ,କୌଶଲି ତାଲିମ୍ କେନ୍ଦ୍ର ଠାରେ,ସ୍ଵଂୟ ସହାୟକ ଗୋଷ୍ଠୀ ଦକ୍ଷତା ବୃଦ୍ଧି ନିମନ୍ତେ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ଉପରେ ୧୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଣିହାଁ ଏନଟିପିସିର କାଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏକେ ସେହେଗାଲ ଆନୁଷ୍ଠାନିକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ, ତା ସହିତ ମାଣ୍ଡିଆରୁ କିପରି ସ୍ୱୟଂ ସୋହାୟାକ ସଦସ୍ୟା ମାନଙ୍କର ଆର୍ଥିକ ଉନ୍ନତି ହେବ ସେ ବାବଦରେ ବିସ୍ତୃତ ବିବରଣୀ ଦେଇଥିଲେ ।
ମାନବ ସମ୍ବଳ ବିକାଶ ଅଧିକାରୀ ନବନୀତ କୁମାର,ସୁଜାତା ରଥ, ଶ୍ରୀ ଜିତେନ୍ଦ୍ର କୁମାର,ସାଗ୍ନିକ ବାଲକୀ ,ଭିଷ୍ମ ନାଏକ ପ୍ରଭୃତି ଯୋଗଦାନ କରିବା ସହ ମାଆ ମାନେ ସଫଳ ଉଦ୍ୟଗିକ ବିକାଶ କ୍ଷେତ୍ରରେ ସାମିଲ୍ ହେବା ସହ ନିଜର ଆର୍ଥିକ ବିକାଶ ଦିଗରେ ଗୁରୁତ୍ଵ ପ୍ରତିପାଦନ କରିପାରିବେ ସେ ଉପରେ ଆଲୋକ ପାତ କରିଥିଲେ। ପ୍ରାରମ୍ଭରେ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଦ୍ଧଦେବ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।ତାଲିମ ଦାତ୍ରି ଭାବେ ବଲ୍ହର ଛକ ସ୍ଥିତ ମମତା ଉଦ୍ୟୋଗର ଉଦ୍ୟୋଗବିତ୍ ମମତାରାଣୀ ବିଶିମାଝୀ ଏବଂ ତାଙ୍କ ସହଯୋଗୀ ସନ୍ଦୀପ୍ତା ବୀରବର୍ମା,ପ୍ରଭIତି ସାହୁ ଏବଂ ଲଜିତା ମହାପାତ୍ର ପ୍ରଭୃତି ମାଣ୍ଡିଆରୁ ବିସ୍କୁଟ,ମିକ୍ସଚର୍, ଲଡ଼ୁ, ଆରିସା,ମୋମୋ ବିରିୟାନୀ,ନିମିକି,କେକ୍,ରୋଜ କେକ୍, ବରା,ପକୁଡି, ରୋଟି, ପରଟା, ପୁରି ,ଉପମା,ଲସି ଆଦି ବ୍ୟଞ୍ଜନ ଉପରେ ମଧ୍ଯ ସଦସ୍ୟା ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ.
ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଦ୍ୱାର। କମ୍ ଖର୍ଚ୍ଚରେ କିପରି ଖାଦ୍ୟ ପ୍ରକ୍ରିୟା କରଣ ହେଇପାରିବ ତାହା ମଧ୍ୟ ଦର୍ଶାଇଛନ୍ତି ତାଲିମ୍ ଦାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ କୃଷି କୃଷକ ସଶକ୍ତିକରଣ ବିଭାଗ ତରଫରୁ ଲକ୍ଷ୍ମୀ ଖାଲକୋ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସହିତ ୩୦ ଜଣ ସଦସ୍ୟା ଭାଗ ନେଇଥିଲେ। ଉନ୍ନତ ମାନର ପ୍ୟାକିଂ, ସହିତ ଉପଯୁକ୍ତ ବଜାର ବ୍ୟବସ୍ଥା ସହିତ ଆର୍ଥିକ ସ୍ୱଚ୍ଛଳ ହେବାସହ ସ୍ୱାବଲମ୍ବୀ ମଧ୍ଯ ହୋଇପାରିବେ। ସେ ବାବଦରେ ବୁଝାଇଥିଲେ ସେହିପରି ଅନ୍ୟତମ ଅତିଥିଭାବେ ଡାଫଡିଲ୍ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହିତ ଅନୁଷ୍ଠାନର ସୂର୍ଯ୍ୟ ବେହେରା ,ମହାଦେବ ଦାସ,ମନୋରଞ୍ଜନ ସ୍ଵାଇଁ ,ଏବଂ ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ, ପରିଶେଷରେ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ୍ ଅଂଶ ଗ୍ରହଣକାରୀଙ୍କୁ ମାନପତ୍ର, କାନଭାସ୍ ବ୍ୟାଗ୍, ଆଫ୍ରୋନ, ହେଡମାକ୍ସ,ଗ୍ଲୋ ଭସ୍ ଆଦି ପ୍ରଦାନ କରା ଯାଇଥିଲା l
Recent Comments