logo
add image
ରେଙ୍ଗାଳି ଜଳଭଣ୍ଡାରରେ ୮ଲକ୍ଷ ମାଛ ଜାଆଁଳ ଛାଡିଲେ ସରକାର

ରେଙ୍ଗାଳି ଜଳଭଣ୍ଡାରରେ ୮ଲକ୍ଷ ମାଛ ଜାଆଁଳ ଛାଡିଲେ ସରକାର

କଣିହାଁ/୩୧/0୫/୨0୨୫//(ଆଧାର ମିଡ଼ିଆ// ରିପୋର୍ଟ ଟୁନାସାହୁ)- ଅନୁଗୋଳଜିଲା କଣିହାଁବ୍ଲକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ରେ ମତ୍ସ୍ୟ ସଂପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିନିମିତ୍ତ ବିଭାଗ ପକ୍ଷରୁ ମାଛଜାଆଁଳ ଛଡାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପାଳଲହଡ଼ା ବିଧାୟକ ଆଶୋକ ମହାନ୍ତି,ସମ୍ମାନୀତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ନୃସିଂହ ଚରଣ ବରାଳ, ଯୁବ ସମାଜସେବୀ ଭରତ ଚନ୍ଦ୍ର ସାହୁ,ଜିଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସହକାରୀ ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡେଇ, ବ୍ଲକ ମତ୍ସ୍ୟ ଅଧିକାରି କଳ୍ପନା ହେମ୍ବ୍ରମ, ରାମେଶ୍ୱର ମତ୍ସ୍ୟ ସମବାୟ ସମିତି, ଖିଣ୍ଡୋର ସଭାପତି ସଞ୍ଜୟ ସାମଲ, ସଂପାଦକ ନିଶାକର ବିଶ୍ବାଳ ପ୍ରମୁଖ ଯୋଗଦେଇ ଖିଣ୍ଡୋ ପାଖରେ ଜଳଭଣ୍ଡାରରେ ମାଛଜାଆଁଳ ଛାଡିଥିଲେ  l 
ପରେ ସେଠାରେ ଆୟୋଜିତ ଏକ ସଭାରେ  ବିଧାୟକ ଶ୍ରୀ ମହାନ୍ତି ଓଡିଶାରେ ମତ୍ସ୍ୟ ଚାଷ ଉତ୍ପାଦନ ବୃଦ୍ଧି ,ମତ୍ସ୍ୟଜିବି ମାନଙ୍କ ଆର୍ଥିକ ବିକାଶ ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ,ରେଙ୍ଗାଳି ଠାରେ ରାମେଶ୍ବର ମତ୍ସ୍ୟଜୀବୀ ସେବା ସମବାୟ ସମିତିର ଏକ କାର୍ଯ୍ୟାଳୟ ଖୋଲିବା ସହ ରେଙ୍ଗାଳି ଜଳ ଭଣ୍ଡାରରେ ଏକ ଜଳପର୍ଯ୍ୟଟନ ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ବିଧାୟକ l ଅନୁଗୋଳ ଜିଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣଗ୍ରାହୀ ଯୋଗଦେଇ ରେଙ୍ଗାଳି ଜଳ ଭଣ୍ଡାରରେ ସମୁଦାୟ ୩୭ଲକ୍ଷ ମାଛ,୩ଲକ୍ଷ ଚିଙ୍ଗୁଡି ମାଛଯାଆଁଳ ଛାଡିବା ପାଇଁ ଲକ୍ଷ ରଖାଯାଇଛି l ଆଜି ପ୍ରଥମ ଦିନରେ ୭ଲକ୍ଷ ବିଭିନ୍ନ ପ୍ରକାର ମାଛ ଯାଆଁଳା ଓ ୧ଲକ୍ଷ ଚିଙ୍ଗୁଡି ମାଛ ଜାଆଁଳା ଏପରି ସମୁଦାୟ ୮ଲକ୍ଷ ମାଛ ଜାଆଁଳ ଛଡା ଯାଇଥିବା ପ୍ରକାଶ କରିଥିଲେ  l ସଭାରେ ଧ୍ରୁବ ଚରଣ ଧିର ମଞ୍ଚ ପରିଚାଳନା, ସହକାରୀ ମତ୍ସ୍ୟ ଅଧିକାରୀ ଶୁଭସ୍ମିତା  ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଳି ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ, ପ୍ରହଲ୍ଲାଦ ସାମଲ, ମନୋଜ ବିଶ୍ବାଳ ,ଶତୃଘ୍ନ ପ୍ରଧାନ, ପ୍ରମୁଖ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Recent Comments

Leave Comments

Top