logo
add image
ମଣ୍ଡିରେ ଧାନ ଗଜାହୋଇଗଲାଣି ମିଲରସଙ୍କ ଦେଖାନାହି ଚାଷୀ ଚିନ୍ତାରେ ;

ମଣ୍ଡିରେ ଧାନ ଗଜାହୋଇଗଲାଣି ମିଲରସଙ୍କ ଦେଖାନାହି ଚାଷୀ ଚିନ୍ତାରେ ;

ବିନିକା/୨୩/୬/୨୦୨୫/(ଆଧାର ମିଡ଼ିଆ):ବିନିକା ଅଞ୍ଚଳରେ ରବିଧାନ କିଣା ଆରମ୍ଭ ହେବାର ଏକମାସ ବିତିଯାଇଥିଲେ ମଧ୍ୟ ମଣ୍ଡି ମାନଙ୍କରେ ହଜାର ହଜାର ଧାନ ପ୍ୟାକେଟ ଖୋଲା ଆକାଶ ତଳେ ପଡ଼ିରହିଥିବାରୁ ବସ୍ତା ମନଙ୍କରେ ଗଜା ବାହାରୀଗଲାଣୀ, ହେଲେ ମିଲରସଙ୍କ ଦେଖାନାହି, ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାିଅଛନ୍ତି  l ମହଦା, ଜୁଲୁଣ୍ଡl କୁହିବାହଲ ମଣ୍ଡିରେ ୩୫ ହଜାର ପ୍ୟାକେଟ ପଡିରହିଥିବା ବେଳେ ଚରଦା ମଣ୍ଡିରେ ୩୫୦୦ ପ୍ୟାକେଟ, ଶଙ୍କରାରେ ୭୦୦୦ ପ୍ୟାକେଟ, ସିଲାଟିରେ ୨୪ ହଜାର ପ୍ୟାକେଟ ,ବାଉଶୁଣି ରେ ୪୦୦୦ ପ୍ୟାକେଟ ଧାନ  ତଥା ଅନ୍ୟାନ୍ୟ ମଣ୍ଡି ଓ ଏସଏଚଜି ଧାନ କ୍ରୟ କରିଥିବା ସଂସ୍ଥା ଗୁଡ଼ିକରେ ହଜାର ହଜାର ପାକେଟ ପଡ଼ିରିଥିବା ସମ୍ପୃକ୍ତ ସମବାୟ ସମିତିର ସମ୍ପାଦକ ମାନେ ସୂଚନା ଦେଇଛନ୍ତି l  ମିଳର୍ସ ମାନଙ୍କୁ ପ୍ୟlକ୍ସ ସମ୍ପାଦକ ବାରମ୍ବାର ଖବର ଦେଲେ ସୁଦ୍ଧା ଗାଡ଼ି ଆସୁନଥିବା ଅଭିଯୋଗ ହେଉଛି ଲ
ଅନ୍ୟ ପଟେ ଜୁନ ୨୨ ତାରିଖ ହୋଇଥିଲେ ମଧ୍ୟ ବର୍ଷାପାଇଁ ବିଳରୁ ପ୍ରୟ ୫ % ଚାଷୀ ବତ୍ତମାନ ପର୍ଯୃନ୍ତ ଚାଷୀ ଅମଳ କରିବାରେ ସକ୍ଷମ ହୋଇପାରିନାହିଁ, ବତ୍ତମା ସମୟରେ ଅନ୍ୟବର୍ଷ ମାନଙ୍କରେ ଚାଷୀ ମାନେ ଖରିଫ ଚାଷପାଇଁ ପ୍ରସ୍ତୁତ ହେବାକଥା କିନ୍ତୁ ଚାଷୀମାନେ ବତ୍ତମାନ ମଧ୍ୟ ବିଳରୁ ଧାନ କିପରି ଅମଳ କରିପାରିବେ ଓ ବିକ୍ରୀ ବଡ଼ ସମସ୍ୟା ଉପୁଜିଛି, ଏଥିପାଇଁ ବିନିକା ଅଞ୍ଚଳ ଚାଷୀ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ପାଖକୁ ଦଉଡ଼ି ଦଉଡ଼ି ନିଆନ୍ତ ହୋଇ ଥିବା ଚାଷୀ ଅଭିଯୋଗ କରୁଛନ୍ତି,ବିଗତ ଦିନରେ ବିନିକା ତହସିଲ‌ରେ ଚାଷୀ ସଂସ୍ଥାଦ୍ବାରା ହୋଇଥିବା ବିକ୍ଷୋଭରେ ଯୋଗାଣ ବିଭାଗ ବିନିକା ପେସ୍କରରୁ ୪୮ ଘଣ୍ଟାରେ ଓ ବିନିକା ଅଞ୍ଚଳରୁ ଜୁନ ୩୦ ତାରତଖ ମଧ୍ୟରେ ଚାଷୀଙ୍କ ସମସ୍ତ ଧାନ କ୍ରୟ କରାହେବ ବୋଲି ଲିଖିତ ପ୍ରତି ସୃତି ଦେଇଥିଲେ, ତାଙ୍କ ପ୍ରତିସୃତି ପାଣିର ଗାର ହୋିଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି,
ଯୋଗାଣ ବିଭାଗ ଜୁନ ୩୦ ତାରିଖ ଧାର୍ଯ୍ୟ ଦେଇଥିବାରୁ ଯୋଗାଣ ବିଭାଗ ନା ଚାଷୀଙ୍କ ଶତୃ ବିଭାଗ ବୋଲି ମତ ଦେୁଛନ୍ତି, ଜୁନ ୩୦ରେ ଧାନ ତାରଖ ରଖିଥିବାରୁ ଚାଷୀ ଧାନ ବିକ୍ରୟ କରିବାପାଇଁ ଧନ୍ୟ ରହୁ ନାହିଁ, କାରଣ ଧାନ ବିକ୍ରୟ କରି ସାଲିଲେ ନୁତନ ଚାଷ କରିବାକୁ ପ୍ରସ୍ତତ ହେବାକୁ ପଡ଼ିବ,ଚଳିତ ବର୍ଷ ଯୋଗାଣ ବିଭାଗ ଜାଣତରେ ଛତିଗଡ଼ ଧାନ ଆସି ବିକ୍ରୟ ହୋଇଥିବାରୁ ଏପରି ପରିସ୍ତଇତି ଉପୁଜିଥିବା ଚାଷୀ ଅଭିଯୋଗ କରୁଛନ୍ତି, ଚାଷୀ  ଧାରକରଜ ଏବଂ ଋଣ କରି ଧାନ ଚାଷ କରିଥିବାରୁ ଚାଷୀକୁ ଘାରିଛି ଋଣ ଚିନ୍ତା । ଏହି ସମୟରେ ଚାଷୀଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବା ସହ ତୁରନ୍ତ ଧାନ ଉଠାଣ କରିବସହ ଚାଷୀଙ୍କ ରୁଣଛାଡ଼ ବିଦ୍ୟୁତ ବିଲଛାଡ଼ କରିବାକୁ ସରକାରଙ୍କ ପାଖରେ ଚାଛିମାନେ ଦୃଢ଼ ଦାବି କରୁଛନ୍ତି,

Recent Comments

Leave Comments

Top