ବିନିକା/୨୩/୦6/୨୦୨୫/ (ଆଧାର ମିଡ଼ିଆ)- ବିନିକା ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ଅନସନ୍ତୋଷ ଦେଖାଦେଇଛି, ତାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ତହସିଲ କାର୍ଯ୍ୟାଳୟ ଶମ୍ବୁଖରେ ଧାରଣା ଦେବାସହ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ଶହ ଶହ ଉତ୍ୟକ୍ତ ଚାଷୀ l
ସୂଚନା ଅନୁଯାଇ ରବି ଧାନକିଣା ଆରମ୍ଭ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ୍ୟ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହିଛି l କୋହଲା ପାଗ ସାଙ୍ଗକୁ ତୁହାତୁହା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଉଛି l ଯେତେ ଅଭିଯୋଗ କଲେ ମଧ୍ୟ ମିଳୁଛି ଖାଲି ଆଶ୍ୱାସନା ଓ ପ୍ରତିଶୃତି l ସେହି ପ୍ରତିଶୃତି ଖାଲି ପାଣିର ଗାର ସଦୃଶ l ଚାଷୀମାନେ ନିଜ ନିଜ ଖର୍ଚରେ ଗାଡି ଭଡାକରି ମଣ୍ଡିକୁ ଧାନ ଆଣୁଛନ୍ତି କିନ୍ତୁ ୮/୧୦ ଦିନପର୍ଯ୍ୟନ୍ତ ଗାଡ଼ିରୁ ଧାନ ଖାଲି ହେଉନଥିବାରୁ ଗାଡିଭଡା ଦେବେ କେମିତି ପୁଣି ଖରିଫ ଚାଷପାଇଁ ପ୍ରସ୍ତୁତ ହେବେ କେମିତି l
କିଛିଦିନ ପୂର୍ବେ ବିନିକା ତହସିଲ କାର୍ଯାଳୟରେ ଶ୍ରୀ ଗଣେଶ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଯୋଗେଶ୍ଵର ସାଇ ଚାଷୀଙ୍କୁ କିଛି ପ୍ରତିଶୃତି ଦେଇ ଧାରଣାରୁ ଉଠାଇ ଦେଇଥିଲେ କିନ୍ତୁ ଯଥା ପୂର୍ବମ ତଥା ପରମ l ଆଜି ପୁଣି ଉତ୍ୟକ୍ତ ଚାଷୀ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ ତହସିଲଦାର ଅଫିସରେ ନଥିବାରୁ କାର୍ଯ୍ୟାଳୟ ଶମ୍ବୁଖରେ ତାଲାଦେଇ ଧାରଣାରେ ବସିଥିଲେ l ଖବର ପାଇ ବିନିକା ଆଇ.ଆଇ.ସି.ଓ ବିନିକା ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା ଧାରଣା ସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଯୋଗଯୋଗ କରି ଆସନ୍ତା ଦୁଇଦିନ ମଧ୍ୟରେ ମଣ୍ଡିରେ ଥିବା ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଲେ l
ଉକ୍ତ ପ୍ରତିଶୃତି ପରେ ତହସିଲ କାର୍ଯ୍ୟାଳୟର ତାଲା ଖୋଲା ଯାଇଥିଲା l ଦୁଇଦିନ ମଧ୍ୟରେ ମଣ୍ଡିରୁ ସମସ୍ତ ଧାନ ଉଠାନଗଲେ ସମସ୍ତ ଚାଷୀ ନିଜନିଜ ଧାନ ଗାଡିକୁ ରାଜରାସ୍ତାରେ ରଖି ରାସ୍ତାରୋକ କରାଯିବ ସେଥିପାଇଁ ପ୍ରଶାସନ ଦେଇ ରହିବେ ବୋଲି ଚାଷୀ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି l
Recent Comments