logo
add image
କଣ୍ଟାମାଳ ମଣ୍ଡିକୁ ଟାର୍ଗେଟ ନଥିବାରୁ ବର୍ଷାରେ ଭିଜୁଛି ଧାନ-ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କଣ୍ଟାମାଳ ମଣ୍ଡିକୁ ଟାର୍ଗେଟ ନଥିବାରୁ ବର୍ଷାରେ ଭିଜୁଛି ଧାନ-ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କଣ୍ଟାମାଳ/୨୬/୦୬/୨୦୨୫/ (ଆଧାର ମିଡ଼ିଆ// ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ)- ବୌଦ୍ଧ ଜିଲ୍ଲା କଣ୍ଟାମାଳ ରବିଧାନ କ୍ରୟ ମଣ୍ଡିରେ ଆବଶ୍ୟକ ଟାର୍ଗେଟ ନଥିବାରୁ ବର୍ଷାରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଭିଜୁଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଚାଷୀମାନେ କଣ୍ଟାମାଳ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିବା ଦେଖିବାକୁ ମିଳିଛି l କଣ୍ଟାମାଳ ମଣ୍ଡିରେ ପ୍ରାୟ ୧୬୦୦ କ୍ବିଣ୍ଟାଲ୍ ଧାନ ଚାଷୀମାନେ ରଖିଥିବା ବେଳେ ଯୋଗାଣ ବିଭାଗ ୫୦୦ କ୍ବିଣ୍ଟାଲ ଧାନ କ୍ରୟପାଇଁ ଗତକାଲି ଟାର୍ଗେଟ ଦେଇଛି l ଫଳରେ ସମସ୍ତ ଧାନ ବିକ୍ରୟ ହେବାର ସମ୍ଭାବନା ନଥିବାରୁ ଚାଷୀ କଣ୍ଟାମାଳ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ l ତହସିଲଦାରଙ୍କୁ ଭେଟି ନପାରିବାରୁ ଉତ୍ୟକ୍ତ ଚାଷୀ ମଣ୍ଡିକୁ ଫେରି ସମିତି କାର୍ଯ୍ୟାଳୟରେ ତାଲାପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି |

Recent Comments

Leave Comments

Top