logo
add image
ଯାନ୍ତ୍ରିକ ପଦ୍ଧତିରେ ବୁଣାଧାନ ଚାଷ ପାଇଁ ସଚେତନତା କାର୍ଯ୍ୟକ୍ରମ

ଯାନ୍ତ୍ରିକ ପଦ୍ଧତିରେ ବୁଣାଧାନ ଚାଷ ପାଇଁ ସଚେତନତା କାର୍ଯ୍ୟକ୍ରମ

କଣିହାଁ/0୫/0୭/୨0୨୫//(ଆଧାର ମିଡ଼ିଆ// ରିପୋର୍ଟ ଟୁନା ସାହୁ) ଅନୁଗୋଳ ଜିଲ୍ଲା ଜିଲ୍ଲା ବ୍ଲକ ଅଞ୍ଚଳରେ ତାଳଚେରର ସ୍ବେଛାସେବୀ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍,ପକ୍ଷରୁ ଜିଲ୍ଲା କୃଷି କାର୍ଯ୍ୟାଳୟ ଅନୁଗୋଳ ଏବଂ ବ୍ଲକ କୃଷି  କାର୍ଯ୍ୟାଳୟ  କଣିହାଁ ଅନ୍ତର୍ଗତ କଟରାପଡା ସାପକଟା, ଧୋବାପାଳ ,ବାରଡାଙ୍ଗୁଆ ଗ୍ରାମର କୋଠଘର ଠାରେ ଗୁରୁବାର ଦିନ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ତଥା ସମୟ ଉପଯୋଗୀ ଚାଷ କ୍ଷେତ୍ରରେ ଅଧିକ ଅମଳପାଇଁ ଯାନ୍ତ୍ରିକ ବୁଣାଧାନ ଚାଷ ପଦ୍ଧତି ମାଧ୍ୟମରେ ଡି.ଏସ୍.ଆର୍ ପଦ୍ଧତିକୁ ନେଇ ଏକ ପ୍ରସ୍ତୁତି ବୈଠକ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।
                ଉକ୍ତି କାର୍ଯ୍ୟକ୍ରମକୁ ସ୍ଥାନୀୟ  କୃଷି ଗ୍ରାମ ସେବକ ଅଧିକାରୀ କୃଷକ ସାଥୀ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍ ର କର୍ମକର୍ତ୍ତା  ପ୍ରଭୃତି ଯୋଗଦାନ କରିବା ସହ ଏବଂ ଯାନ୍ତ୍ରିକ ମାଧ୍ୟମରେ କିପରି ଚାଷୀ ଭାଇ ଓ ମହିଳା ଚାଷୀ ଗୋଷ୍ଠୀ ସଦସ୍ୟା ମାନଙ୍କର ଆର୍ଥିକ ଉନ୍ନତି ହେବ , ସେ ବାବଦରେ ବୁଝାଇଵା ସହିତ ନିଜର ଆର୍ଥିକ ମାନଦଣ୍ଡ କିଭଳି ଭାବେ ବିକାଶ ଦିଗରେ ଗୁରୁତ୍ଵ ପ୍ରତିପାଦନ କରିପାରିବେ ସେ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲେ।

ସେହିପରି  କାଦୁଆ  ଜମିରେ ସିଡ୍ ଡ୍ରମ୍ ଯନ୍ତ୍ରପାତିର ବ୍ୟବହାର କରି ମଧ୍ଯ ଚାଷ କାର୍ଯ୍ୟକ୍ରମ ଆଶାନୁରୂପ ସଫଳତା ହାସଲ  କରାଯାଇପାରିବ ବୋଲି କୃଷି ଗ୍ରାମ ସେବକମାନେ ମତବ୍ୟକ୍ତ କରିଥିଲେ,ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଦ୍ଧଦେବ ଦାସ  ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା  ସହିତ ୩୦ରୁ ଚାଳିଶ ଜଣ ଚାଷୀଭାଇ ଭଉଣୀ ଯୋଗଦାନ କରିଥିଲେ,

କୃଷି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରେବତୀ ହାଇବୁରୁ ,ଲକ୍ଷ୍ମୀ ଖାଲକୋ, ଅମ୍ରିତା ଗଡ଼ନାୟକ, ନେଙ୍କୁରି ବେହେରା ସମେତ କଣିହାଁ କୃଷି ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ବେହେରା, ସହକାରୀ କୃଷି ଅଧିକାରୀ ଅଭିନାଶ ନାହାକ, ପ୍ରମୁଖ  ଉପସ୍ଥିତ ରହିଥିଲେ, ଏଥି ସହିତ ଅନୁଷ୍ଠାନ ପକ୍ଷରୁ ମହାଦେବ ଦାସ, ମନୋରଞ୍ଜନ ସ୍ୱାଇଁ ଏବଂ ମମତା ରାଣୀ  ମାଝୀ  ସମେତ ଚାଷୀ ଭାଇ ଓ ଭଉଣୀଙ୍କ ସହଯୋଗ କାମନା କରିଥିଲେ l

Recent Comments

Leave Comments

Top