logo
add image
ଚାଷୀ ପଞ୍ଜିକରଣ କୁ ନେଇ ଦେଖାଦେଇଛି ଅସନ୍ତୋସ। (ମେଦିନୀପୁର କୃଷି ସେବା ସମବାୟ ସମିତି ଲିଃ ର କେଳେଙ୍କାରୀ)

ଚାଷୀ ପଞ୍ଜିକରଣ କୁ ନେଇ ଦେଖାଦେଇଛି ଅସନ୍ତୋସ। (ମେଦିନୀପୁର କୃଷି ସେବା ସମବାୟ ସମିତି ଲିଃ ର କେଳେଙ୍କାରୀ)

କଳାହାଣ୍ଡି /ଭବାନୀପାଟଣା,୨୬/୦୮(ଆଧାର ମିଡ଼ିଆ//ରିପୋର୍ଟ-ସାରଦା ପ୍ରସାଦ ମହାନ୍ତି)କଳାହାଣ୍ଡି ଜିଲ୍ଲା ମେଦିନୀପୁର କୃଷି ସେବା ସମବାୟ ସମିତି ରେ ଚାଷୀ ପଞ୍ଜିକରଣ କୁ ନେଇ ଦେଖାଦେଇଛି ଅସନ୍ତୋଷ। ପକୃତ ଚାଷୀ ଯେକି ପଞ୍ଜିକରଣ ନିମନ୍ତେ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ସୁଦ୍ଧା ଡାଟା ଏଣ୍ଟ୍ରି ଅପରେଟରଙ୍କ ମନ୍ଦ ଉଦ୍ୟଶ ଯୋଗୁଁ ହୋଇପାରୁନି ସେମାନଙ୍କର ପଞ୍ଜିକରଣ ଯଦ୍ୱାରା ଚିନ୍ତାରେ ଚାଷୀ। ସେଠାରେ ଦଲାଲ ମାନେ ଚାଷୀମାନଙ୍କୁ ଶୋଷଣ କରିବା ପାଇଁ ଏବେ ଠାରୁ ସେମାନଙ୍କର ମାୟା ଜାଲ ବିଛେଇଲେଣି। ସମବାୟର କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ଦଲାଲ ଦ୍ୱାରା ପ୍ରସ୍ତୁତ ହେଉଥିବା ଚିଠା ଆଗ ପଞ୍ଜିକରଣ ହେଉଥିବା ଦେଖିବାକୁ ମିଳୁଛି । ଏହି ପକ୍ରିୟା ଏଠି ନୂଆ ନୁହେଁ ପ୍ରତେକ ବର୍ଷ ଏହି ପଞ୍ଜିକରଣ ସମୟରେ ଦେଖାଦେଇଥାଏ ଏହିଭଳି ଅରାଜକତା। ଯାହାଦ୍ୱାରା ପଞ୍ଜିକରଣ ନିମନ୍ତେ ଚାଷୀ ବାରମ୍ବାର ଫେରିବା ଫଳରେ ଦଲାଲର ସାହାରେ ନେଇଥାଏ। ଦଲାଲ ଶୋଷଣର ମାୟାଜାଲରେ ପଞ୍ଜିକରଣ ଦିନଠାରୁ  ହିଁ ଫସି ଥାଏ ଚାଷୀ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୋନସ କୁ ମିଶାଇ କ୍ଵଇଣ୍ଟାଲ ପ୍ରତି ୩୧ସହ ଟଙ୍କା କୁ ବୃଦ୍ଧି କରିବା ପରେ ଧାନ ବେପାରୀ ମାନେ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇ ଯାଇଛନ୍ତି। ଧାନ ବିକ୍ରୀ ପାଇଁ ଅନଲାଇନ ଚାଲିଥିବାରୁ ଦଲାଲ ମାନେ ଚାଷୀ ମାନଙ୍କୁ ସାଙ୍ଗରେ ସମବାୟ  କାର୍ଯ୍ୟାଳୟ କୁ ନେଇ  ଅନଲାଇନ କରାଉଥିବା ସହ ଅପରେଟର କୁ ହାତ ଗୁଂଜା ଦେଇ ତାଙ୍କ କାମ ସବୁଠାରୁ ଆଗରେ କରାଇ ନେଉଥିବା ଅଭିଯୋଗ। ଯେଉଁଠି ଚାଷୀମାନେ ନିଜେ ଯାଇ ଆବଶ୍ୟକୀୟ କାଗଜ ପତ୍ର ସମବାୟ କାର୍ଯ୍ୟାଳୟରେ ଦାଖଲ କରିଥିଲେ ହେଁ ସେମାନଙ୍କ ପଞ୍ଜିକରଣ ହୋଇପାରୁନାହିଁ। ସଦର ବ୍ଲକ ସରଗଲାଞ୍ଜି ଗ୍ରାମର ଶେଷଦେବ ପଟେଲ ଙ୍କ କହିବା ମୁତାବକ ସେ ପଞ୍ଜିକରଣ ନିମନ୍ତେ ସମବାୟ କାର୍ଯ୍ୟାଳୟ ରେ ଆବଶକୀୟ କାଗଜ ପତ୍ର ଦାଖଲ କରିବାରେ ଆଜକୁ ପ୍ରାୟ ୨୫ ଦିନରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ତାଙ୍କର ପଞ୍ଜିକରଣ ହୋଇପାରିଲା ନାହିଂ। ସର୍ଭର ସ୍ଲୋ ଦର୍ଶାଇ ତାଙ୍କୁ ହଇରାଣ କରାଯାଉଥିବା ଅଭିଜଯୋଗ। ଅଥଚ ତାଙ୍କ ପଛରେ ଦଲାଲ ମାର୍ଫତ ରେ  ଆସିଥିବା ଅମସ୍ତ ଚାଷୀ ମାନଙ୍କର ଅନଲାଇନ ପଞ୍ଜିକରଣ ସରିଗଲାଣି। ସେ ସମବାୟ ସଦାସର୍ବଦା ଦଲାଲାଙ୍କୁ ପ୍ରାଧାନ୍ୟ ଦେଇଆସୁଥିବାରୁ ଚାଷୀମନରେ ଅସନ୍ତୋଷ ଦେଖାଦେଇଛି। ଆଜିପର୍ଯ୍ୟନ୍ତ ବେପାରୀ ମାନଙ୍କ କଳା କାରନାମା ରୋକିବା ପାଇଁ କୌଣସି ଠୋସ ପଦକ୍ଷେପ ନେଇପାରିଲେନି ସରକାର। ଯାହାଫଳରେ ଚାଷୀ ବାଧ୍ୟ୍ୟ ହୋଇ ପଞ୍ଜିକରଣ ଦିନଠାରୁ ହିଁ ୨୪ସତ ଟଙ୍କାରେ ଧାନ ବିକ୍ରି କରିବାକୁ ଏକ ପ୍ରକାର ଚୁକ୍ତି କରୁଥିବା ଅଭିଯୋଗ।  ଏକ ବିଶେଷ ସୂତ୍ର ରୁ ଜଣାପଡିଛି,ଧାନ ଦର ବୃଦ୍ଧି ହେବା ପରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପରିବର୍ତ୍ତେ ଧାନ ବେପାରୀଙ୍କ ସଂଖ୍ୟା  ବୃଦ୍ଧିପାଉଛି । ଚାଷୀ ମାନଙ୍କୁ ପଞ୍ଜିକରଣ ଦିନ ଠାରୁ ଆରମ୍ଭ କରି ମଣ୍ଡିରେ ଧାନ ଦେବା ପର୍ଯ୍ୟନ୍ତ ବହୁ ସମଶ୍ୟା ମଧ୍ୟ ଦେଇ ଗତିକରିବାକୁ ପଡିଥାଏ। ସେମାନଙ୍କୁ ଏଭଳି କରିଦିଆଯାଉଛି କି ବାଧ୍ୟ ହୋଇ ଚାସିଟି ବେପାରୀଙ୍କ ସାହାରା ନେଇଥାଏ । ଅସାଧୁ ସମବାୟ କର୍ମଚାରୀ ଏବଂ ଧାନ ଦଲାଲ ମାନଙ୍କର ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷିତ ହେଉଥିବା ଦେଖିବାକୁ ମିଳୁଛି।ଚଳିତ ବର୍ଷ ଭାଗ ଚାଷୀ ଙ୍କ ପାଇଁ ଜମି ମାଲିକ ଙ୍କ ଆଧାର କାର୍ଡ, ଫର୍ମ ରେ ଦସ୍ତଖତ ଆଦି ରାଜସ୍ବ ନିରୀକ୍ଷକ ଙ୍କ ତଦନ୍ତ ଇତ୍ୟାଦି ସାମିଲ କରା ଯାଇଥିବା ବେଳେ ଜମି ମାଲିକଙ୍କ ବିନା ଅନୁମତି ରେ ଭାଗ ଚାଷୀ ଙ୍କ ନାମରେ ଅନଲାଇନ କରାଯାଇଥିବା ନଜିର ମଧ୍ୟ୍ୟ ଦେଖିବାକୁ ମିଳିଛି, ଚାଷୀ ନିଜ ନାମରେ ଅନଲାଇନ କରିବାକୁ କାଗଜ ପତ୍ର ସମବାୟ ସଂସ୍ଥା ରେ ଦେଇଥିଲେ ମଧ୍ୟ ଅନଲାଇନ ହୋଇପାରୁନାହିଁ। ଏଭଳି ଏକ ଘଟଣା ଘଟିଛି ବଳରାମ ପୁର ଗ୍ରାମର ଚାଷୀ ରାକେଶ କୁମାର ମୁନୀ ଙ୍କ କ୍ଷେତ୍ରରେ, ସେ ଅନଲାଇନ ପାଇଁ ସମସ୍ତ କାଗଜ ପତ୍ର ସମବାୟ ସମିତିରେ ଦାଖଲ କରିଥିଲେ ହେଁ ତାଙ୍କ ନାମରେ ଅନଲାଇନ କରାଯିବା ସମୟ ରେ ସେହି  ସମସ୍ତ  ୭ ଏକର  ଜମି କେଶବ ଚନ୍ଦ୍ର ସା ଙ୍କ ନାମରେ ପଞ୍ଜିକରଣ ହୋଇଥିଲା।ଏସମ୍ପର୍କରେ ଡାଟା ଏଣ୍ଟ୍ରି ଅପାରେଟର ସମୀର ରାଜୁ ଙ୍କୁ ପଚାରିବାରୁ ଭୁଲ ରେ ଖସିଯାଇଥିବ ବୋଲି ଏକ ଖାମଖିଆଲ ମନ୍ତବ୍ୟ ଦେଇଥିଲେ , ଯେହେତୁ ଏହି ଜମିରେ ତ୍ରିଲୋଚନ ମୁନୀ, ଧନେଶ୍ୱର ମୁନୀ ପିତା -କାନ୍ତାରୁ ମୁନୀ, ମାର୍କଣ୍ଡ ମୁନୀ, ମନୋଜ କୁମାର ମୁନୀ, ମଦନ ମୋହନ ମୁନୀ ପିତା -ସତ୍ୟନାରାୟଣ ମୁନୀ, ଶଶୀରେଖା ମୁନୀ ସ୍ୱାମୀ -ସତ୍ୟନାରାୟଣ ମୁନୀ ଙ୍କ ନାମ ଉଲ୍ଲେଖ ଅଛି, ଏହା ଏକ ଜଏଣ୍ଟ ପଟ୍ଟା ସମସ୍ତ ଙ୍କ ସହମତି ଦରକାର, ଏଭଳି ସ୍ଥଳେ ଜଣେ ଭାଗ ଚାଷୀ ଙ୍କ ନାମରେ କେଉଁ ପରିସ୍ଥିତି ରେ ଅନଲାଇନ ପଞ୍ଜିକରଣ କରାଗଲା। ଏଣୁ ଉକ୍ତ ସମବାୟରେ ଅନଲାଇନ ପଞ୍ଜିକରଣ ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏସମ୍ପର୍କରେ DRCS ଙ୍କୁ ପଚାରିବାରୁ ସେ କହିଲେ ଏହିଭଳି ବେନିୟମ କାର୍ଯ୍ୟ ହେବାକଥା ନୁହଁ ମୁଁ ଏହାର ତଦନ୍ତ କରିବି ଓ ଏହାକୁ ବାତିଲ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ,DRCS ଙ୍କ ହସ୍ତ କ୍ଷେପ ପରେ ଉକ୍ତ ସମଶ୍ୟା ସମାଧାନ ହୋଇଥିଲା। ଉକ୍ତ ସମବାୟରେ ଏହିଭଳି ଅରାଜକତା  ଦେଖିବାକୁ ମିଳୁ ଥିବାରୁ ତୁରନ୍ତ ବିଭାଗୀୟ ଅଧିକାରୀ ହସ୍ତ କ୍ଷେପ କରି ସମବାୟକୁ ଦଲାଲ ମୁକ୍ତ କରିବାକୁ ଦାବିହେଉଛି।

Recent Comments

Leave Comments

Top