ବିଷମ କଟକ/୨/୯/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଠାରେ ଅବସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ରେ ଦୀର୍ଘ ଦିନ ହେବ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟର ପାରିପାଶ୍ୱିକ ସ୍ଥିତି ରୁ ଜଣାଯାଉଛି ଯେ ଦୀର୍ଘ ମାସ ହେବ ଏହି କାର୍ଯ୍ୟାଳୟ ଖୋଲାଯାଇନାହିଁ । କାର୍ଯ୍ୟାଳୟ ର ପ୍ରବେଶ ଦ୍ୱାର ରେ ସିଉଳି ସାଙ୍ଗକୁ ଓଳିଆ ଭରି ହୋଇଥିବା ବେଳେ ବାରଣ୍ଡାରେ ଧୁଳି ଜମିକି ରହିଛି । ବିଷମ କଟକ ବ୍ଲକ ରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ କାଙ୍କୁବାଡି ଡେମ୍,ଚାଟିକୋଣା ଉପର ଗଦଗଦା, ତଳ ଗଦଗଦା,କାଣିଯୋଡି ଡେମ୍ , କୁନ୍ଦନ ପଦର ଡେମ୍ ରହିଥିବା ବେଳେ ଚାଷ ଜମିକୁ ଜଳ ଯୋଗାଣ ନିମନ୍ତେ କେନାଲ ନିର୍ମାଣ କାଯ୍ୟ ନିର୍ମାଣ ଏବଂ ତଦାରଖ କରିବା ନିମନ୍ତେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଙ୍କୁ ନିଯୁକ୍ତି ଦିଆଯିବା ସହ ବିଷମ କଟକ ସଦର ଠାରେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି । ହେଲେ ଏହି କାର୍ଯ୍ୟାଳୟରେ ତାଲା ଝୁଲୁଛି । କାର୍ଯ୍ୟାଳୟ ବନ୍ଦ ରହିଥିବା ସଂକ୍ରାନ୍ତରେ ଆମ୍ଭେ ବିଭାଗୀୟ ସହକାରୀ ଯନ୍ତ୍ରୀ ବିଜୟ କୁମାର ପରିଡା ଙ୍କ ସହ ଯୋଗା ଯୋଗ କରିଥିବା ବେଳେ ବିଷମ କଟକ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ଜଣେ ଯନ୍ତ୍ରୀ ବିଷମ କଟକ ଯନ୍ତ୍ରୀ ସାଙ୍ଗକୁ ଗୁଣପୁର ସହକାରି ଯନ୍ତ୍ରୀ ର ଦାୟୀତ୍ୱ ତୁଲାଉଛନ୍ତି, ଅନ୍ୟ ଜଣେ ମୁନିଗୁଡାର ଯନ୍ତ୍ରୀ ଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଦୁଇ ଜଣ ଯନ୍ତ୍ରୀ ଙ୍କ ବ୍ୟତିତ କାର୍ଯ୍ୟାଳୟରେ ଆଉ କୌଣସି କର୍ମଚାରୀ ନିଯୁକ୍ତି ହୋଇନଥିବାରୁ କାର୍ଯ୍ୟାଳୟ ଟି ନିୟମିତ ଖୋଲାଯାଉନାହିଁ ବୋଲି ପ୍ରକାଶ କରିଛନ୍ତି । କାର୍ଯ୍ୟାଳୟରେ ମାସାଧିକ କାଳ ତାଲା ଝୁଲୁଥିବା ବେଳେ ଚାଷି ବିଲକୁ କେନାଲ ପାଣି କିପରି ପହଁଚୁ ଥିବ ଏବଂ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ କିପରି ହେଉଥିବା ତାହା ସ୍ୱଷ୍ଠ ବାରି ହେଉଛି । କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସାଙ୍ଗକୁ କାର୍ଯ୍ୟାଳୟ ନିୟମିତ ଖୋଲିବା ନିମନ୍ତେ ସାଧାରଣରେ ଦାବି ହେଉଛି ।
Recent Comments