logo
add image
ମାମଙ୍ଗଳାଙ୍କ ମନ୍ଦିରରେ ନବପତ୍ରିକା ପୂଜାଆରମ୍ଭ,ନାଲିକଲି ବେଶରେ ଦର୍ଶନ ଦେଲେ ମା

ମାମଙ୍ଗଳାଙ୍କ ମନ୍ଦିରରେ ନବପତ୍ରିକା ପୂଜାଆରମ୍ଭ,ନାଲିକଲି ବେଶରେ ଦର୍ଶନ ଦେଲେ ମା

କାକଟପୁର/୨୨/୯/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-ସୋମବାର ଠାରୁ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆଜି ମହିଷାସୁରଙ୍କ ଠାବପାଇଁ ମାଆଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ରତ୍ନଗିରି ବିଜେ କରିବାପରେ ମାଆଙ୍କ ସ୍ବତନ୍ତ୍ର ବେଶ ଆରମ୍ଭ ହୋଇଛି । ଆଜି ମାଆ ପାଦପଦ୍ମ ଲାଗି ସହ ନାଲିକଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।  ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ମାତଭକ୍ତଙ୍କ ସୁଅ ଛୁଟୁଛି 
ଆଜି ପୀଠରେ ମଧ୍ୟାହ୍ନରେ ସୂର୍ଯ୍ୟ ପୂଜାସହ ଚଣ୍ଡୀପାଠ ଚାଲିଥିବାବେଳେ ଅପରାହ୍ନରେ ବଲ୍ଳଭଧୂପ,ସକାଳ ଧୂପ ଓ ଦ୍ବିପହର ଧୂପ ପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା l ପରେ ମନ୍ଦିର ପହୁଡ଼ ପଡି ଖୋଲାଯିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା l ତାପରେ ମାଙ୍କୁ ପୁନଃସ୍ନାନ ମାର୍ଜନା କରାଯାଇ ପାଦପଦ୍ମ ଲାଗିସହ ନାଲିକଲି ବେଶରେ ସଜ୍ଜିତ କରାଯାଇଥିଲା l ଏଥିସହ ସାରା କାକଟପୁର ଅଞ୍ଚଳଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମାଙ୍କ ଆଗମକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l

Recent Comments

Leave Comments

Top