logo
add image
ଗୁଣ୍ଡୁରିନାଳି ଗ୍ରାମରେ ଦଶହରା ପର୍ବ ପାଳିତ ହୋଇଯାଇଛି l

ଗୁଣ୍ଡୁରିନାଳି ଗ୍ରାମରେ ଦଶହରା ପର୍ବ ପାଳିତ ହୋଇଯାଇଛି l

କଣିହାଁ/୦୫/୧୦/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନଗୁଳ ଜିଲା କଣିହାଁ ବ୍ଲକ ଜରଡା ପଞ୍ଚାୟତ ଗୁଣ୍ଡୁରିନାଳି ଗ୍ରାମରେ ଶୁକ୍ରବାର ଦଶହରା ପର୍ବ ପାଳିତ ହୋଇଯାଇଛି l  ଏହି ଦଶହରା ପର୍ବରେ ଗ୍ରାମର କ୍ଷତ୍ରିୟ ଫୋଡ଼ି ଯୁବବର୍ଗ ପାରମ୍ପାରିକ ନୃତ୍ୟ ପରିବେଷଣ କରିବା ସହ ବିଭିନ୍ନ ଗ୍ରାମର କ୍ଷତ୍ରିୟଫୋଡ଼ି ଖେଳାଳି ମାନଙ୍କୁ ସ୍ଵାଗତ କରି ଗ୍ରାମ ପରିକ୍ରମା କରି କାଳୀମଣ୍ଡପ ନିକଟରେ ଥିବା  ମେଳଣ ପଡିଆରେ ପହଞ୍ଚିବା ପରେ ସେଠାରେ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପାଇକ ଆଖଡା ସାଙ୍ଗକୁ ବିଭିନ୍ନ ପ୍ରକାର ଖେଳ ଓ ସାଇକେଲ ମୋଟର ସାଇକେଲ ସ୍ଲୋ ପ୍ରତିଯୋଗୀତା ଆୟୋଜିତ ହୋଇ ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇ ଥିଲା  l  
ସନ୍ଧ୍ୟା ସମୟରେ ଗ୍ରାମର ବିଣାପାଣୀ ମଣ୍ଡପ ନିକଟରେ ଗ୍ରାମର ସମ୍ପାଦକ ବାପୁଜୀ ସାମଲଙ୍କ ଅଧ୍ୟକ୍ଷତାରେ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଖେଳ ଶିକ୍ଷକ ମାୟାଧର ସାମଲ, କୁଳମଣି ସାମଲ, ଛବିଳ ଭୁତିଆ ଜହର ସାମଲ,ଅକ୍ଷୟ କୁମାର ସାମଲ ,ବିଦ୍ୟାଧର ସାମଲ, ରମେଶ ଚନ୍ଦ୍ର ସାମଲ,ଅଙ୍ଗଦ ସାମଲ,ସାମ୍ବାଦିକ ଅଲେଖ ଭୁତିଆ, କଷ୍ଟୁ ସାମଲ, କଣିହାଁ ଭାଜପା ମଣ୍ଡଳ ସଭାପତି ସୁଶାନ୍ତ ସାମଲ, ରୁଦ୍ରମାହନ ସାମଲ,ଜରଡ଼ା ଗ୍ରାମ ସଭାପତି ତଥା ଆଇନଜୀବୀ ସଚ୍ଚିଦାନନ୍ଦ ଦେହୁରୀ, ସତ୍ୟାନନ୍ଦ ସାମଲ,କୈଳାଶ ସାହୁ, ଦେବରାଜ ସାହୁ ଯୋଗଦେଇ ଥିଲେ l ଆୟୋଜିତ କାର୍ଯ୍ୟକ୍ରମକୁ ବାପୁଜୀ ଭୂତିଆ ପରିଚାଳନା କରିଥିଲେ l ଚୟନ କରାଯାଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l
ପରିଶେଷରେ ସଂକୃତିକ କାର୍ଯ୍ୟକ୍ରମରେ ବାଦଦଣ୍ଡ ପରିବେଷଣ ହୋଇଥିଲା l  ଏହି କାର୍ଯ୍ୟକ୍ରମରେ ରାଜେଶ ଭୂତିଆ, ଅମୂଲ୍ୟ କୁମାର ସାମଲ, ପ୍ରକାଶ ସାମଲ, ଛବିଳ ସାମଲ,ଗୁରୁଦେବ ସାମଲ, ପ୍ରବିଣ ଭୁତିଆ,ବିନାୟକ ସାମଲ, ବାପୁଜୀ ସାମଲ, ସିପୁ ସାମଲ, ବିଜୟ ସାମଲ, ଟୁକୁନା ସାମଲ,  ବିପିନ ବିହାରୀ ସାମଲ, ଗଗନ ବିହାରୀ ସାମଲ,  ସିଲୁ ସାମଲ,ନରୋତ୍ତମ ସାମଲ,ଜଗବନ୍ଧୁ ସାମଲ ,ମାନସ ରଞ୍ଜନ ସାମଲ, ବିରେନ୍ ସାମଲ, ସରୋଜ ସାମଲ,ଦୁଃଶାସନ ସାମଲ, ଭୁବନ  ସାମଲ  ପିଣ୍ଟୁ ସାମଲ ବିଦେଶୀ ସାମଲ, ଶୁଭମ୍ ସାମଲ,ସମେତ ସମସ୍ତ କମିଟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଗ୍ରାମର ସମ୍ପାଦକ ବାପୁଜୀ ସାମଲ  ଧନ୍ୟବାଦ ଅର୍ପଣକରି କୃତଜ୍ଞତା ଜଣାଇଥିଲେ l

Recent Comments

Leave Comments

Top