logo
add image
୧୫ତ୍ତମ ଅଲାରପୁର କୁମାର ଉତ୍ସବ ଉଦଯାପନୀ,ଯୋଗଦେଲେ କ୍ରୀଡାମନ୍ତ୍ରୀ ଓ ବିଧାୟକ

୧୫ତ୍ତମ ଅଲାରପୁର କୁମାର ଉତ୍ସବ ଉଦଯାପନୀ,ଯୋଗଦେଲେ କ୍ରୀଡାମନ୍ତ୍ରୀ ଓ ବିଧାୟକ

ପିପିଲି/୭/୧୦/୨୦୨୫/(ଆଧାର ମିଡ଼ିଆ)- ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପିପିଲି ଅଲାରପୁର ମହାପୁଣ୍ୟା ଭାର୍ଗବୀ ନଦୀ ଉପକୂଳରେ ଦୁଇଦିନ ଧରି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ୧୫ତ୍ତମ କୁମାର ଉତ୍ସବ ୨୦୨୫  ! ଆଜି ଉଦଯାପନୀ ଉତ୍ସବରେ ଦ୍ଵିତୀୟ ରଜନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟ ବଂଶୀ ସୁରଜ, ସମ୍ମାନିତ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତାଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ! ମା ହରଦୁର୍ଗା କ୍ଲବ ଆନୁକୂଲ୍ୟରେ ସଭାପତି ଅଶ୍ୱିନୀ ସାହୁ, ସମ୍ପାଦକ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଲବର ସମସ୍ତ ସଦସ୍ୟଙ୍କୁ ନେଇ ପୁରାତ୍ତନ ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଏହି ଉତ୍ସବରେ ଅଗ୍ରାଧିକାର ଦିଆଯାଇଥିବା ଦେଖିବାକୁ ମିଳିଛିଅଛି. ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଅଲାରପୁର ଗ୍ରାମରେ ପହଂଚି ଅଞ୍ଚଳର ପ୍ରତ୍ୟକ୍ଷ ଠାକୁର " ହର ଦୁର୍ଗା " ମନ୍ଦିର ଭିତରକୁ ଯାଇ ପୂଜକଙ୍କ ମାଧ୍ୟମରେ ହରପାର୍ବତୀ ଦର୍ଶନକରି ଆଶ୍ରିବାଦ ନେଇଥିଲେ.ସେଠାରୁ ଫେରିବା ପରେ ହର ଦୁର୍ଗା ୟୁଥ କ୍ଲବର ସମସ୍ତ ସଦସ୍ୟ ମାନେ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ.ମଞ୍ଚ ଉପରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ପ୍ରଜ୍ବଳନ କରିବା ପରେ କ୍ଲବ ପକ୍ଷରୁ ଫୁଲଗୁଚ୍ଛ ଦ୍ୱାରା ସ୍ୱାଗତ ଜଣାଇ ଥିଲେ. ପରେ ପରେ ନିଜ ବକ୍ତବ୍ୟରେ ଅନୁଷ୍ଠାନ ଏଭଳି ମହତ୍ୱ ପୂର୍ଣ୍ଣ ଆୟୋଜନ କରି ଅଞ୍ଚଳର ବିକାଶ ପଥରେ ଆଗେଇ ଚାଲିଥିବା ନେଇ ଧନ୍ୟବାଦ ଜଣାଇ ଥିଲେ. ପରେ ମଞ୍ଚ ଉପରେ ସଂମ୍ମାନିତ କରି ଥିଲେ.ଆଧାରିତ କିଛି ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା ବେଳେ ସମସ୍ତ ଅତିଥି ଦର୍ଶକ ଙ୍କ ମହଲରେ ବସି କିଛି ସମୟ ଉପଭୋଗ କରିଥିଲେ! ଏସବୁ କୁ ସୁରକ୍ଷା ଯୋଗାଇ ଥିଲେ ପୁରୀଜିଲ୍ଲା ଅତିରିକ୍ତ ଏସ ପି. ପିପିଲି ଏସଡିପିଓ ଦେବାଶିଷ ମିଶ୍ର. ଏବଂ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଏବଂ ଏସ ଆଇ ସସ୍ମିତା ବେହେରା.

Recent Comments

Leave Comments

Top