ବୌଦ୍ଧ/୦୮/୧୦/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ଶ୍ରୀଶ୍ରୀ ଚନ୍ଦ୍ରଚୁଡ ମହାଦେବ ମନ୍ଦିର ପରିସରରେ ଗତ ତିନିବର୍ଷ ଧରି ନବଦିନ ବ୍ୟାପୀଦେବୀ ଭାଗବତ ପାରାୟଣ ପୁରାଣ ଅନୁଷ୍ଠିତ ହୋଇ ଆସୁଅଛି l ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ଓ ମହାନଦୀ ମହୋତ୍ସବ ସମିତି ପକ୍ଷରୁ ବିଶ୍ଵର ମଙ୍ଗଳ ନିମନ୍ତେ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହିତ ଦେବୀଙ୍କର ମହିମା ପ୍ରଚାର ପ୍ରସାର ପାଇଁ ଆୟୋଜନ କରାଯାଇଛି l ଏଥିରେ ପୂଜକଭାବେ ପଣ୍ଡିତ ମିନୁପ୍ରସାଦ ମିଶ୍ର, ଆଶୁତୋଷ ପଣ୍ଡା, ଗାୟକ ଭାବେ ରମେଶ ଚନ୍ଦ୍ର ପୁରୋହିତ ପୁରାଣ ପାଠ କରୁଛନ୍ତି l ସାମୁହିକ କର୍ତ୍ତା ଭାବରେ ଦେବାଶିଷ ପୁରୋହିତ ଓ ଧର୍ମପତ୍ନୀ ସଂଯୁକ୍ତା ରାଣୀ ପଣ୍ଡା କାର୍ଯ୍ୟ ନିର୍ବାହ କରୁଛନ୍ତି l ନବଦିନାତ୍ମକ ପୂଜାରେ ମାଙ୍କର ନଅଗୋଟି ନାମରେ ପୂଜା ହୋଇଥାଏ l ସକାଳେ ମହାନଦୀ ଆଳତୀ ଘାଟରେ ମହିଳାମାନଙ୍କ ଦ୍ଵାରା ତୁଳସୀପୂଜନ ହୋଇଥିଲା l ଶେଷଦିନ ବିଶ୍ଵଶାନ୍ତି ମହାଯଜ୍ଞ, ନବକନ୍ୟା ପୂଜା, ସିନ୍ଦୂର ଖେଳ ଓ ମା ମହାନଦୀ ଆଳତି ଅନୁଷ୍ଠିତ ହୋଇଥାଏ l କାର୍ଯ୍ୟକ୍ରମକୁ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ,ଉପଦେଷ୍ଟା ସିଦ୍ଧେଶ୍ଵର ଯୋଶୀ, ନୃସିଂହ ଚରଣ ହୋତା,ସୂର୍ଜ୍ୟେନ୍ଦ୍ର କୁମାର ଶତପଥୀ,ସୌମ୍ୟରଞ୍ଜନ ପୁରୋହିତ ପରିଚାଳନା କରିଥିଲେ l ଏହି ପୂଜନ କାର୍ଯ୍ୟକ୍ରମ ସମସ୍ତ ବ୍ରାହ୍ମଣ ମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥାଏ l
Recent Comments