ବୌଦ୍ଧ/୦୩/୧୧/୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ବୌଦ୍ଧ ମହାନଦୀ ଆଳତୀ ଘାଟ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ ମନ୍ଦିର ଆଧ୍ୟାତ୍ମିକ ବାତାବରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ ମନ୍ଦିର ଦୀର୍ଘ ଦୁଇଶହ ବର୍ଷ ପୁରାତନ ବୋଲି କିମ୍ବଦନ୍ତୀ ରହିଛି।ବୈଷ୍ଣବ ଓ ଶୈବ ଧର୍ମର ମିଳିତ ଅବତାର ହେଉଛନ୍ତି ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ।ବଗିଚାସାହିର ଜଣେ ଭକ୍ତ ରାମକୃଷ୍ଣ ମହାନ୍ତି ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ ମନ୍ଦିରକୁ ରୋପ୍ୟରେ ତିଆରି ବାସୁକୀ ନାଗ ଦେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ।ପୂଜକଙ୍କ ଅନୁମତି କ୍ରମେ କଲିକତାରେ ନିର୍ମାଣ କାମ ହୋଇଥିବା ଜଣାପଡିଛି।ଆଜି ବ୍ରାହ୍ମଣମାନେ ମିଳିତ ଭାବେ ନିତିକାନ୍ତି ଅନୁଯାୟୀ ପ୍ରତିଷ୍ଠା କରିଥିଲେ।ବ୍ରାହ୍ମଣ ଶଶାଙ୍କ ଶେଖର ମିଶ୍ର, ରଣଜିତ ହୋତା,ସଞ୍ଜୀବ କୁମାର ପଣ୍ଡା,ମାନସ କୁମାର ମିଶ୍ର, ଶିବ ପ୍ରସାଦ ପାଣିଗ୍ରାହି ଦାୟିତ୍ଵ ଗ୍ରହଣ କରିଥିଲେ।ପୂର୍ବାହ୍ନରେ ନାଗ ପ୍ରତିମା ଗର୍ଭ ଗୃହକୁ ପ୍ରବେଶ କରିଥିଲେ।ହଜାର ହଜାର ଭକ୍ତ ଏଥିରେ ଯୋଗଦେଇ ଦର୍ଶନ କରିଥିଲେ।ଶେଷରେ ଏକଶହ ଆଠ ବ୍ରାହ୍ମଣ ଭୋଜନ ସହିତ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।
Recent Comments