logo
add image
ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ/୩/୧୧/୨୦୨୫(ଆଧାର ମିଡ଼ିଆ)ପ୍ରତିଟି ହବିଷ୍ୟାଳୀ ମା ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ।ମା ସୁଭଦ୍ରା ପ୍ରେମ,କରୁଣା,ସମତା,ମମତା ଓ ସମନ୍ୱୟର ପ୍ରତୀକ ପରି ମା ମାନେ ଜାୟା,ଜନନୀ,ଭଗିନୀ ରୂପରେ ଭକ୍ତି ଓ ସମର୍ପଣର ପ୍ରତୀକ।ମାଆ ମାନଙ୍କ ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଆମ ରାଜ୍ୟକୁ ଗୌରବାନ୍ବିତ କରୁଥିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ଅପରାହ୍ନରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ ହବିଷ୍ୟାଳୀ ମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ ଓ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପହଞ୍ଚିଥିଲେ।ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ଵକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀମତୀ ପରିଡା କାର୍ତ୍ତିକ ମାସରେ ହବିଷ୍ୟାଳୀ ମା ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଛନ୍ତି।ଭୋରରୁ ସ୍ନାନ,ବୃନ୍ଦାବତୀ ପୂଜନ,ମନ୍ଦିର ଦର୍ଶନ,ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି।ହବିଷ୍ୟାଳୀ ମା ମାନଙ୍କୁ ଦର୍ଶନ ପାଇଁ ମୁଁ ଧାଇଁ ଆସିଛି।ପୂର୍ବେ କାର୍ତ୍ତିକ ରେ ବହୁତ ଶୀତ ହେଉଥିଲା।କିନ୍ତୁ ଏବେ ଜଳବାୟୁର ପରିବର୍ତ୍ତନ ପାଇଁ ଶୀତ ହଜି ଗରମ ହେଉଛି।ଏହାର ପ୍ରତିକାର ପାଇଁ ଆମ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଙ୍କୁ ମା ନାମରେ ଗଛଟିଏ ଲଗାଇବାକୁ ଆହ୍ଵାନ ଦେଇଛନ୍ତି।ଏହାକୁ ଆମେ ପାଳନ କରି ଗଛ ଲଗାଇବା।ଆଜିର ସମୟରେ ଅନେକ ପିଲା ନିଜ ବାପା ମା ଙ୍କ ସେବା କରୁ ନାହାନ୍ତି।କିନ୍ତୁ ହବିଷ୍ୟାଳୀ କେନ୍ଦ୍ରରେ ଏତେ ସଂଖ୍ୟକ ମା ଙ୍କୁ ସରକାରୀ ଅଧିକାରୀ, କର୍ମଚାରୀ,ସ୍ବେଚ୍ଛାସେବୀ ଯେପରି ପୁରା ମାସେ ନିସ୍ବାର୍ଥ ସେବା ଯୋଗାଉଛନ୍ତି ତାହା ଅନନ୍ୟ।ପ୍ରଶାସନ ମଧ ସମସ୍ତ ବ୍ୟବସ୍ଥା କୁ ସୁନ୍ଦର ଭାବେ ପରିଚାଳନା କରିଛନ୍ତି।ଏଥିପାଇଁ ପ୍ରଶାସନ ଓ ଅନ୍ୟ ସମସ୍ତଙ୍କୁ  ଧନ୍ୟବାଦ ବୋଲି କହିବା ସହ ସମସ୍ତ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ହବିଷ୍ୟାଳୀ ମା ମାନଙ୍କର ଏହି ଏକ ମାସର ବ୍ରତ କେବଳ ସେମାନଙ୍କ ପରିବାରକୁ ନୁହେଁ ସମଗ୍ର ରାଜ୍ୟକୁ ଆଶୀର୍ବାଦ ପ୍ରଦାନ କରିବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ଏହି ଏକମାସର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ମା ମାନଙ୍କ ର ଏକ ମାସର ଶୃଙ୍ଖଳିତ, ସୁରକ୍ଷିତ ଓ ସୁସ୍ଥ ରହଣୀ,ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଏଥିପାଇଁ ବରିଷ୍ଠ ଅଧିକାରୀ,ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।ଯେପରି ସମସ୍ତ ମା ମାନେ ବ୍ରତ ପରେ ଘରକୁ ଯିବା ବେଳକୁ ସୁଖଦ ଅନୁଭତି ନେଇ ଯିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଏସପି ପ୍ରତୀକ ସିଂ ଯୋଗ ଦେଇଥିଲ।ଏହି ଅବସରରେ ହବିଷ୍ୟାଳୀ ମା ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କିଟ ବଣ୍ଟନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଉପ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା ମାନଙ୍କ ସହ ଆକାଶ ଦୀପ ଉତ୍ତୋଳନ କରିଥିଲେ।
 

Recent Comments

Leave Comments

Top