logo
add image
ଓଡିଶା ପରବ ବେଙ୍ଗଲୁରୁ ରେ ସୋନପୁର ର ପଏଁରୀ 

ଓଡିଶା ପରବ ବେଙ୍ଗଲୁରୁ ରେ ସୋନପୁର ର ପଏଁରୀ 

ସୋନପୁର/୧୪/୧୧/୨୦୨୫(ଆଧାର ମିଡ଼ିଆ)ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ପକ୍ଷରୁ ବେଙ୍ଗଲୁରୁ ଠାରେ ନଭେମ୍ବର ୧୫ ରୁ ୧୭  ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା "ଓଡିଶା ପରବ -୨୦୨୫ " ରେ ଯୋଗ ଦେବା ପାଇଁ ସୋନପୁର ଜିଲ୍ଲା ର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର ଙ୍କ ନେତୃତ୍ୱ ରେ ୧୧ଜଣ କଳାକାର ଭୁବନେଶ୍ୱରରୁ  ବିମାନ ଯୋଗେ ବାଙ୍ଗଲୁରୁ କୁ ଯାତ୍ରା କରିଛନ୍ତି।କଳାକାର ମସ୍ତରାମ ସୁନା,ଶୁଶିଲ ନାଏକ,ବିବଛ କଲେତ,ବିଷ୍ଣୁ ନାଏକ,କରଣଚାନ୍ଦ ନାଏକ, ବାଲ୍ମୀକି କଲେତ,ଲଖମନ ମାଳି,ପ୍ରେମଶିଳା ନାଏକ,ଦିବ୍ୟରାଣୀ ବିଶି ଓ କଲ୍ୟାଣୀ ପ୍ରଧାନ। ୩ ଦିନ ଧରି ସେମାନେ ଓଡ଼ିଶା ପରବ ରେ ଆମ ଅଂଚଳ ର ଲୋକ ନୃତ୍ୟ ଓ ଲୋକ ବାଦ୍ୟ ପରିବେଷଣ କରିବେ ବୋଲି ଶ୍ରୀ ବିଭାର ସୂଚନା ଦେଇଛନ୍ତି l

Recent Comments

Leave Comments

Top