ଵିଷମକଟକ/୧୫/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)ରାୟଗଡା ଜିଲ୍ଲା ମୁନିଗୁଡା ପାଇକସାହିର ଆକର୍ଷଣୀୟ,୩୮ତମ ମହାଲକ୍ଷ୍ମୀ ପୂଜା ପର୍ବ ୨୦୨୫ ର ସ୍ବାଗତ ଅବସରରେ ଅପେକ୍ଷାରତ ମୁନିଗୁଡା ଅଞ୍ଚଳ ବାସୀ।ଏହି ପୂଜା ପର୍ଵରୁ ଆନନ୍ଦ ଅନୁଭବ,ମନରଞ୍ଜନ,ଵ୍ୟବସାୟୀକ କ୍ରୟବିକ୍ରୀର ମଜା ନେଵା ସହ ମା ଙ୍କ ଆଶୀଷକୁ ଭୁଲି ନପାରି ପ୍ରତିବର୍ଷ ମାର୍ଗଶୀର ମାସରେ ମୁନିଗୁଡା ପାଇକ ସାହିକୁ ମନେପକାନ୍ତି ଦର୍ଶକ।ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ ପର୍ଯନ୍ତ ହେଵାକୁ ଥିବା ମହାଲକ୍ଷ୍ମୀ ପୂଜା ପର୍ବ ପାଇଁ ଏଵେ ଠାରୁ ସଜେଇ ହେଲାଣି ମୁନିଗୁଡା।ଓଡିଶାର ସୁନାମ ଧନ୍ୟ ମୂର୍ତ୍ତି ଶିଳ୍ପୀ ଯାଜପୁରୁ ଜିଲ୍ଲାର କୈଳାଶ ସାହୁ ଏବଂ ତାଙ୍କ ସାଥି ନିଖୁଣ ଭାବେ ମହାଲକ୍ଷ୍ମୀ ଓ ଗଣେଶ ସରସ୍ବତୀଙ୍କ ପୂଜା ମଣ୍ଡପ ମୣଣ୍ମୟ ମୂର୍ତୀ ନିର୍ମାଣ କରୁଥିବା ବେଳେ ଭଗବାନ ଵିଷ୍ଣୁଙ୍କ ଚତୁର୍ମାସୀଆ ଶୟନ କଥା ବସ୍ତୁକୁ ନେଇ ୩୦ଟି ପାର୍ଶ୍ଵ ଦେବା ଦେବୀ ମୂର୍ତୀ ନିର୍ମାଣ କରାଯାଉଛି।ମହାନ ମନ୍ଦିର ଆକୣତିର ଆକର୍ଷଣୀୟ ତୋରଣକୁ ଟିଟିଲାଗଡର ଭଗବାନ ପାତ୍ର ତାଙ୍କ ସାଥିଙ୍କ ମିଳିତ ଉଦ୍ୟମରେ ନିର୍ମାଣ ଚାଲିଛି। ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ମିନାବଜାର,ଵିଭିନ୍ନ ଛେ।ଟବଡ ଦେ।ଳୀ ସମେତ ମ୍ୟାଜିକ ସର୍କସ ଆଦି ସ୍ଥାନ ନିରୁପଣ କରି କ୍ୟାମ୍ପ ପକାଇଲେଣି।ଜନସାଧାରଣଙ୍କ ମନେ।ରଞ୍ଜନ ପାଇଁ ଦୁଇଟି ଅପେରା ୨୩ ରୁ ୭ ପର୍ଯନ୍ତ ଅପେରା ସମ୍ରାଟ "ଓମକାର"ଏଵଂ ପୣଥିବୀରାଜ ଗଣନାଟ୍ୟ ତାର ଅଭିନୟ ପ୍ରଦର୍ଶନ କରିବ।ଏହି ଉତ୍ସବକୁ ରଙ୍ଗ ବେରଙ୍ଗରେ ଆଲୋକରେ ସଜେଇବେ ଗୁଣୁପୁରୁ ଓ ମୁନିଗୁଡାର ଲାଇଟ୍ ଟେକିନସିଆନ ମାନେ। ଏଥିରେ ଆପଣମାନେ ଉପସ୍ଥିତ ରହି ବର୍ଷକୁ ଵର୍ଷ ପାଇକସାହିର ଭିନ୍ନ ଭିନ୍ନ ମନରଞ୍ଜନକୁ ଉପଭୋଗ କରନ୍ତୁ,ମା ଲକ୍ଷ୍ମୀଙ୍କ ଆଶୀଷନେଇ ସୌଭାଗ୍ୟ ଅର୍ଜନ କରନ୍ତୁ ବୋଲି ଏସମସ୍ତ ସୂଚନା ଦେଇଛନ୍ତି କମିଟିର ଆବାହକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ।
Recent Comments