logo
add image
ରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ

ରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ

ପୁରୀ/୨୧/୧୧/୨୦୨୫(ଆଧାର ମିଡ଼ିଆ)ପିପିଲି ବ୍ଲକ ଅର୍ନ୍ତଗତ ରୁପଦେଇପୁର ପଞ୍ଚାୟତ ର ଖଣ୍ଡାୟତ ପାଟଣା ଗ୍ରାମରେ ଦଶ ଦିନ ବ୍ୟାପି ରାମଚରିତ ମାନସ ଓ ପ୍ରବଚନ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି।ଭାର୍ଗବୀ ନଦୀ ରୁ ୧୦୮ କଳସରେ ଜଳ ଆଣି ବିଗ୍ରହ ସ୍ଥାପନ କରାଯାଇଥିଲା।ପ୍ରତେହ ସୂର୍ଯ୍ୟ ପୂଜା,ଯଜ୍ଞ,ପାରାୟଣ ପାଠ,ଅନୁଷ୍ଠିତ ହେଉଥିଲା।ପ୍ରତେହ ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେଉଥିଲା।ଡଃ ଗୁରୁପ୍ରସାଦ ମହାପାତ୍ର,ସନ୍ଥ ଶ୍ରୀ ମନୋହର ଦାସଜୀ ମହାରାଜ,ପଣ୍ଡିତ ରବିନାରାୟଣ ଦାସ,ପ୍ରଭୃତି ପ୍ରବକ୍ତା ମାନେ ପ୍ରବଚନ ଦେଇଥିଲେ।ବ୍ୟାସ,ହୋଇଥିଲେ ସନ୍ଥ ଶ୍ରୀ ଅଚ୍ୟୁତାନନ୍ଦ ଦାସଜୀ ମହାରାଜ,ଓ ଧାରକ ହୋଇଥିଲେ ସନ୍ଥ ଶ୍ରୀ ଶ୍ୟାମସୁନ୍ଦର ଦାସ ମହାରାଜ।ବିଷ୍ଣୁ ପ୍ରସାଦ ମିଶ୍ର,ବଳରାମ ଦାଶ,ବସନ୍ତ କୁମାର ଦାଶ,ସଂପଦ କୁମାର ଦାଶ ପ୍ରଧାନ ଆଚାର୍ଯ୍ୟ ହୋଇଥିଲେ।ରାମଦୟା ପରିଷଦ ଖଣ୍ଡାୟତ ପାଟଣା ର ସଭ୍ୟ ଓ ଗ୍ରାମବାସୀ ମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାମଲିଳା ମଞ୍ଚସ୍ଥ ହୋଇଥିଲା।
 

Recent Comments

Leave Comments

Top