logo
add image
ବଳଙ୍ଗା ଉଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ପାଳନ.

ବଳଙ୍ଗା ଉଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ପାଳନ.

ପୁରୀ/୧୯/୧୨/୨୦୨୫/(ଆଧାର ମିଡ଼ିଆ) ଶୁକ୍ରବାର ଦିନ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବଳଙ୍ଗାଠାରେ ପି.ଏମ୍.ଶ୍ରୀ ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି |ଏହି ଉତ୍ସବକୁ ନିମାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ପି.ଏମ୍.ଶ୍ରୀ ଉତ୍ସବ ର ସଭାପତି ନନ୍ଦିତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏଲିଜା ବେହେରା ସ୍ବାଗତ ଭାଷଣ ରଖିଥିଲେ, ସ୍ଥାନୀୟ ସରପଞ୍ଚ  ଅଞ୍ଜଳି ପ୍ରଧାନ ବିଦ୍ୟାଳୟର ବିକାଶ ଧାରା, ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଓ ସରକାରଙ୍କ ପି.ଏମ୍.ଶ୍ରୀ  ଯୋଜନା ବିଷୟରେ ଆଲୋକପାତ କରିଥିଲେ |ସମ୍ମାନିତ ଅତିଥି ଭାବରେ ଦହିଜଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା,ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା,ଏସ. ଏସ. ପି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର  ସିଠ ,ମୋ ସ୍କୁଲ କମିଟିର ସଭାପତି କୃଷ୍ଣଚନ୍ଦ୍ର ହୋତା ଭାର୍ଗବୀ ସାହିତ୍ୟ ସଂସଦର ସଭାପତି କୃପାସିନ୍ଧୁ ଦତ୍ତ,ସମ୍ପାଦକ ସୁରେନ୍ଦ୍ରନାଥ ପଣ୍ଡା,ଏଲ.ଏନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ରସେନ ବାରିକ,ଓ.ଏଫ.ଏସ ଓଡିଶା ଟପର  ରାଜେନ୍ଦ୍ର କୁମାର ଓଝା, ବିଦ୍ୟାଳୟ କମିଟି ସଭାପତି ସୁବାସ କୁମାର ଶତପଥୀ ଯୋଗଦେଇ ଏନ.ଇ.ପି ୨୦୨୦ ବିଷୟରେ ଆଲୋଚନା କରିଥିଲେ |ପବିଲିଓନ ୧, ୨, ୩, ୪ ଖୋଲା ଯାଇ ପାରମ୍ପରିକ ଖାଦ୍ୟ,ବିଜ୍ଞାନ ପ୍ରକଳ୍ପ,ସାହିତ୍ୟ ସୃଜନୀ ପତ୍ରିକା ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରା ଯାଇଥିଲା |ବିଦ୍ୟାଳୟର ଶିକ୍ଷକ ମାନସକୁମାର ସେଠି ଓ ରେଶମା ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Recent Comments

Leave Comments

Top