ବିନିକା/୨୧/୧୨/୨୦୨୫/(ଆଧାର ମିଡ଼ିଆ-ଅକ୍ଷୟ କୁମାର ପୁଜାହାରୀ)- ଗତକାଲି ବିନିକା ବ୍ଲକ ଅଧିନସ୍ତ ଅରିଗାଁରେ ଅରିଗାଁ- ବିନିକା ଆଞ୍ଚଳିକ ୨୧ ତମ ଧନୁଯାତ୍ରା ମହୋତ୍ସବରେ ଆଜି ଗୋପପୁରରେ କୃର୍ଷ୍ଣଙ୍କର ଶୋହଳ କୁଞ୍ଜରେ ରାସଳିଲା. ଅକୃରଙ୍କ ଜମୁନା ବାଳିରେ କୃର୍ଷ୍ଣଙ୍କର ପାଦଛିହ୍ନ ଦର୍ଶନ, କୃର୍ଷ୍ଣଙ୍କ ସହିତ ବୃନ୍ଦାବନେ ଭେଟ,ଗୋପପୁରରେ ଗମନ , ନନ୍ଦରାଜାଙ୍କ ହସ୍ତେ ଛିଟାଉ ପ୍ରଦାନ,ଯଶୋଦା ଓ ଗୋପିମାନଙ୍କ ଶୋକ,କୃର୍ଷ୍ଣ ବଳରାମଙ୍କୁ ଘେନି ରଥରେ ଅକୃର ମଥୁରା ଗମନ ମହାରାଜ କଂସ ରବିନ୍ଦ୍ର କୁମାର ସାହୁ,ଓଡିଶାର ନଂ ୧ ପ୍ରତିଷ୍ଠିତ ଦୈନିକ ଖବର କାଗଜ ‘ସମ୍ବାଦ’ ପଠନକରି କୃଷ୍ଣ ବଳରାମଙ୍କ ବିଷୟରେ ସୁଚନା ସଂଗ୍ରହ କରିଥିଲେ.କଂସ ମହାରାଜ ମନ୍ତ୍ରୀ ପରିସଦଙ୍କ ସହିତ ବିଚାର ବିମର୍ସ କରି ଥିଲେ. ଅକୃର ର୍କୃଷ୍ଣ ବଳରାମଙ୍କ ସହିତ ମଥୁରାକୁ ପ୍ରବେଶ ମଥୁରାରେ କୃଷ୍ଣ ,କୁବୁଜା ଉଦ୍ଧାର କରି ମଥୁରା ଭ୍ରମଣ, ସୁବଳୟା ବଧ , ଅଷ୍ଟମଲ୍ଳ ବଧ, ଓ ମଞ୍ଚାରୁ ପଡ଼ି କଂସ ମାମୁଁଙ୍କୁ ବଧ କରିଥିବା ଦୃଶ୍ୟ ଅଭିନୟ ହୋଇଥିଲା । । ଏହି ଯତ୍ରୋରେ ସମସ୍ତ କଳାକାରଙ୍କ ଅଭିନୟ ଉଚ୍ଚ କୋଟିର ହୋଇଥିବାରୁ ଦର୍ଶକମାନେ ପ୍ରବଳ ଶିତରେ ମଧ୍ୟଛିଡ଼ା ହୋଇ ଧନୁ ଯାତ୍ରାମହୋତ୍ସ୍ବକୁ ମନଭରି ଉପଭୋଗ କରିଥିଲେ । ଯାତ୍ରା କମିଟୀ କର୍ମକର୍ତ୍ତାଙ୍କ ପକ୍ଷରୁ ଧନୁଯାତ୍ରା ସୁପରିଚାଳନା ଦାଇତ୍ବ ତୁଲାଉଥିଲେ. ମହାରାଜକଂସଙ୍କ ନମତ୍ରଣ ପାଇଁ ଵିରମାହାରାଜପୁର ବିଧାୟକ ଇ.ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଲ ଡ. ନୃପରାଜ ସାହୁ ରାଜଅତିଥି ଭାବରେ ଯୋଗ ଦେଇଥିଲେ. କମିଟି କାର୍ଯ୍ୟକାରି ସଭାପତି ବିଶ୍ବମ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ କରିଥିଲେ. କମିଟି ସମ୍ପାଦକ ସୈାମ୍ୟରଞ୍ଜନ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ. ମୁକେଶ କର୍ମୀ ,ମନବୋଧ ପଧାନ ,ସୁବଳ କଲତା ରଶ୍ମିରଂଜନ ଦାଶ , ଗୋପାଲ ଦାଶ ,ବିକାଶ କର୍ମୀ ଅରବିନ୍ଦ ଡାଙ୍ଗ,ପ୍ରତାପ୍ କର୍ମୀ ପ୍ରମୁଖ ସହଯୋଗ କରିଥିଲେ।
Recent Comments