logo
add image
ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ.

ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ.

ରେଙ୍ଗାଲି/ସମ୍ବଲପୁର/୨୨/୧୨/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେସବେସ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରେଙ୍ଗାଲି ବ୍ଲକଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଠେଲକୋଲୋଇ ସରପଞ୍ଚ ଅବନ୍ତି ନାୟକ ଏବଂ ଜେ ଏସ ଡବ୍ଲୁ କାରଖାନାର ସିଏସଆର ହେଡ ବିଶାଳରାଜ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ ନାଏକ ଯୋଗ ଦେଇଥିଲେ ।ଏମାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋଲବଦନ ପଧାନ, ସମ୍ପାଦକ ବିରଞ୍ଚି କୁମାର ନାଥ  ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ମଧ୍ୟ ମଂଚାସିନ ଥିଲେ। ଅତିଥିମାନେ ପ୍ରଥମେ ବିଘ୍ନନାସ ଗଣେଶ ମହାପ୍ରଭୁଙ୍କ ପାଖରେ ଦୀପ ପ୍ରଜ୍ଵଳନକରି ମାଲ୍ୟାର୍ପଣ କରିଥିଲେ। ବିଦ୍ୟା ଳୟର ସଂସ୍କୃତ ଶିକ୍ଷକ ଦୁର୍ଯୋଧନ ପଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ ଦେବେନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ପାଇଁ ଯାହାର ଅବଦାନ ରହିଛି, ସେମାନଙ୍କୁ ମନେପକାଇ କୃତଜ୍ଞତା ଜ୍ଞାପନ କରିଥିଲେ।ଏହାପରେ ବିଭିନ୍ନ ବର୍ଗରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଗତ ମ୍ୟାଟ୍ରିକ ପରୀକ୍ଷାରେ ଏ-ଟୁ ଗ୍ରେଟ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ରେଙ୍ଗାଲି ଠାରେ ଅନୁଷ୍ଠିତ ବ୍ଲକ ସ୍ଥରିୟ ସଂସ୍କୃତ ଭାଷା ପ୍ରତିଯୋଗିତାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ଏହି ବିଦ୍ୟାଳୟ ର ଛାତ୍ର କୁ ମଧ୍ୟ ପୁରସ୍କୃତ କରଯାଇଥିଲା। ଶିକ୍ଷୟିତ୍ରୀ ଦିପ୍ତିମୟୀ ମଲ୍ଲିକ, ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟିର ହେବାସହ ସମସ୍ତଙ୍କ ମନ ମୋହିଥିଲା। ଅନେକ ଅନେକ ନୃତ୍ୟ ଗୀତସହ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ କ୍ଷୁଦ୍ରନାଟକ 'ମାର ମମତା ' 'ଅପରେସନ ସିନ୍ଦୁର' ଏବଂ ନବମ ଶ୍ରେଣୀର ଛାତ୍ର ମାନଙ୍କ ଦ୍ବାରା ପ୍ରସ୍ତୁତ କ୍ଷୁଦ୍ରନାଟକ "ଗଛର ସୁୂରକ୍ଷା",ଅଭିଭାବକ ମାନଙ୍କ ଆଖିରେ ଲୁହ ଭରିଦେଇଥିଲା। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଅଶ୍ବିନୀ ସାହୁ,ମିନା ଦାସ,ରୋଜି ନାଏକ,ଦେବେନ୍ଦ୍ର ସାହୁ,ପ୍ରାଣବନ୍ଧୁ ରାଉତ,ସୁଧାଂଶୁ ପଣ୍ଡା ତଥା ଗ୍ରାମବାସିଙ୍କ ସହଯୋଗରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Recent Comments

Leave Comments

Top