ପୁରୀ/୨୩/୧୨/୨୦୧୫/( ଆଧାର ମିଡ଼ିଆ ) ଆଜି ପିପିଲି ନିର୍ବାଚନମଣ୍ଡଳୀର ଦାଣ୍ଡମକୁନ୍ଦପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଛି. ଏଥିରେ ମୁଖ୍ୟ ଅତିଥ୍ ଭାବେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଥିଲେ. ବିଧାୟକ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହିତ ଏହି ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭବିଷ୍ୟତ ଗଢି ତୋଳିବା ଓ ଏହିଠାରୁ ସଂକଳ୍ପ ନେବା ନିଜକୁ ରାଷ୍ଟ୍ର ଗଠନରେ ସହାୟକ ହେବା ପାଇଁ ନିଜ ଅଭିଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସଭାପତି, ମୁଖ୍ୟବକ୍ତା, ସମ୍ପାଦକ, ସମ୍ମାନିତ ଅତିଥ୍, ପ୍ରାଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ସ୍ଥାନୀୟ ଗଣ ମାଧ୍ୟମ ପ୍ରତନିଧୂ ମାନେ ଉପସ୍ଥିତ ଥିଲେ.
Recent Comments