ବରଗଡ଼/୨୩/୧୨/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଗତ ୨୩ ତାରିଖ(ମଙ୍ଗଳବାର) ବରଗଡ଼ ସ୍ଥିତ ଦି କୋଶଳ ସ୍କୁଲର ୪୬ତମ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ବଦ୍ୟାଳୟ,ସମ୍ବଲପୁରର କୁଲପତି ଡ:ସୁଶାନ୍ତ କୁମାର ଦାସ ଯୋଗ ଦେଇଥିବା ବେଳେ.ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଉପ ସଭାପତି ଟି.ରାମାରାଓ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଥମେ ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପାଖରେ ଦୀପ ପ୍ରଜ୍ଵଳନକରି ମଞ୍ଚାସିନ ହୋଇଥିଲେ। ବିଦ୍ୟାଳୟର ନିର୍ଦେଶିକା ନଳିନୀ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ବେଳେ ଉପ ନିର୍ଦେଶିକା ମଧୁ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କ ବିଷୟରେ ସମ୍ୟକ ବିବରଣୀ ଦେଇଥିଲେ। ଅଧ୍ୟକ୍ଷ ରବୀନ୍ଦ୍ରନାଥ ବେହେରା ବାର୍ଷିକ ବିବରଣୀ ପାଠକରିଥିଲେ।ଏହାପରେ ବିଭିନ୍ନ କ୍ଷେତ୍ରରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ଥରରେ ଖ୍ୟାତି ଅର୍ଜନକରିଥିବା ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମାନଙ୍କୁ ମଧ୍ୟ ସମ୍ମାନୀତ କରା ଯାଇଥିଲା। ବିଦ୍ୟାଳୟର ଗୋପାଲି ମ୍ୟାଡ଼ମ ମଞ୍ଚ ପରିଚାଳନା କରିଥିବାବେଳେ ଭାଇସ ପ୍ରୀନ୍ସିପାଳ ଉପେନ୍ଦ୍ର କୁମାର ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟିର ହେବାସହ ସମସ୍ତଙ୍କ ମନମୋହିଥିଲା।ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସମୁଦାୟ ୩୩ ଗୋଟି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥାପନା କରଯାଇଥିଲା।ସେଥି ମଧ୍ୟରୁ ତିନୋଟି ସଚେତନ ଧର୍ମୀ କ୍ଷୁଦ୍ର ନାଟକ ପ୍ରସ୍ତୁତ କରାଯାଇଥିଲା।ସଙ୍ଗୀତ ଶିକ୍ଷକ ପ୍ରଶାନ୍ତ ପତି, ପ୍ରାରମ୍ଭିକ ସଙ୍ଗୀତ ର ନିର୍ଦ୍ଧେଶ୍ନାଭାର ତୁଲାଇ ଥିଲେ
Recent Comments