logo
add image
ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡିର ଶୀତମହୋତ୍ସବ:

ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡିର ଶୀତମହୋତ୍ସବ:

ବାଲିଗୁଡା/୦୪/୦୧/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତମାସ ୮ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଶୀତମହୋତ୍ସବ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ପୂର୍ବାହ୍ନରେ ଶୀତ ମହୋତ୍ସବ କମିଟି ପକ୍ଷରୁ ନିକଟସ୍ଥ ମା’ପଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ସହ ମହୋତ୍ସବକୁ ସଫଳ ଆୟୋଜିତ କରିବା ପାଇଁ ମା’ଙ୍କ ନିକଟରେ ଗୁହାରି କରି ସେଠାରୁ ମଶାଲ ବାହାର କରାଯାଇଥିଲା। ମହୋତ୍ସବ କମିଟିର ବ୍ଲକଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ,କୋଷାଧ୍ୟକ୍ଷ ତଥା ତହସିଲଦାର ଧୀରଜ ପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟରଥ,ଜାଗୃତି ସମ୍ପାଦକ କୈଳାସଚନ୍ଦ୍ର ଦଣ୍ଡପାଟ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବିପିସି ଜଗନ୍ନାଥ ରଥଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ପୀଠରେ ପୂଜାର୍ଚ୍ଚନା ପରେ ଶୀତ ମହୋତ୍ସବ ଓ କନ୍ଧମାଳ ମହୋତ୍ସବର ୨ଟି ମଶାଲକୁ ଧରି ସହର ପରିକ୍ରମା କରିଥିଲେ। ଜିଲାର ଫୁଲବାଣୀ ସହର ଓ ଦାରିଙ୍ଗବାଡ଼ି ଏହି ୨ଟି ସହର ଏବେ ମହୋତ୍ସବକୁ ନେଇ ଉତ୍ସବମୁଖର ରହିଥିବା ବେଳେ ମଶାଲ ମାଧ୍ୟମରେ ଲୋକଙ୍କୁ ଏହି ମହୋତ୍ସବକୁ ସ୍ବାଗତ କରାଯିବା ସହ ବ୍ୟାପକ ସଚେତନ କରାଯାଇଥିଲା। ଶୀତ ମହୋତ୍ସବର ମଶାଲ ମହୋତ୍ସବ ପଡ଼ିଆରେ ପହଞ୍ଚିଥିବା ବେଳେ କନ୍ଧମାଳ ମହୋତ୍ସବ ମଶାଲ ଟି ଦାରିଙ୍ଗବାଡ଼ି ଦେଇ ଅନ୍ୟ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ଏହି ମଶାଲ ଯାତ୍ରାବେଳେ ବଣିକ ସଂଘର ଉପସଭାପତି ଦିଲୀପ ସାହୁ, ଓକିଲ ସଂଘର ସଭାପତି ପ୍ରଦୀପ ସାହୁ, ଡ୍ରାଇଭର ମହାସଂଘର ବ୍ଲକ ସଭାପତି ପ୍ରଭଞ୍ଜନ ନାୟକ, ବରିଷ୍ଠ ଶିକ୍ଷକ ମୋହନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା, ଅଞ୍ଚଳବାସୀ ସାମିଲ ହୋଇଥିଲେ।

Recent Comments

Leave Comments

Top