ବୌଦ୍ଧ/୬/୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ କଚେରୀ ପଡିଆଠାରେ ଦୀର୍ଘ ପାଞ୍ଚଦିନ ଚାଲିଥିବା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ,ପଂଚାୟତରାଜ ଓ ପାନୀୟ ଜଳ ବିଭାଗମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ପୂର୍ବ ସରକାର ଯୋଗୁଁ ଜିଲ୍ଲାରେ ପାନୀୟଜଳ ସମସ୍ୟା ରହିଛି ଆସନ୍ତା ମାର୍ଚ୍ଚାସୁଦ୍ଧା ସମସ୍ତଙ୍କ ପାଖରେ ପିଇବାପାଣି ପହଂଚିବା ସହିତ ପ୍ରତିଗ୍ରାମକୁ ପକ୍କାରାସ୍ତା ହେବବୋଲି କହିବାସହିତ ବୌଦ୍ଧ ଜିଲ୍ଲାରେ ଯୋଉଁ ଐତିହ ରହିଛି ତାହା ଅନ୍ୟ କୌଣସି ଜିଲ୍ଲାରେ ନାହିଁ, କ୍ରୀଡାର ଭିତିଭୂମିର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତରେ ୧୫ଲକ୍ଷ ଟଙ୍କା ବ୍ୟୟରେ ଏକ ଖେଳପଡିଆର ଉନ୍ନତି କରଣ କରାଯିବ.ଯାହଗାଫଳରେ ପ୍ରତିଭାର ଉନ୍ନତି ହୋଇପାରିବ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର କଳା, ସଂସ୍କୃତି ଐତିହ ଓ ପରମ୍ପରାକୁ ଉଦଯିବିତ କରି ରଖିବା ଏହି ମଂଚ ପ୍ରକୃଷ୍ଟ ବୋଲି କହିଥିଲେ.ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗଦେଇ ବୌଦ୍ଧ ଓ ସୋନପୁରୁ ଜିଲ୍ଲା ମଧ୍ୟରେ ଚାଳିଚଳନ,ଭାଷା କଥା ମଧ୍ୟରେ ଅନେକ ସାମଞ୍ଜଓ ରହିଛି.ବୌଦ୍ଧ କଳା,ସଂସ୍କୃତି ପରମ୍ପରା ପାଇଁ ପ୍ରସିଦ୍ଧଅଟେ ବୋଲି କହିବାସହିତ ଅତିଥିମାନେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସ୍ମରଣୀକା ଯଶୋଧାର ଉନ୍ମଚୋନ ହୋଇଥିଲା । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବ୍ରାହ୍ମିଣୀର ମା ପୂଣ୍ଣମାସୀ ପାଲା ସଂସଦ ପକ୍ଷରୁ ପାଲା,କେଳାକଟାର ଧୁନକେଲି,ବଡମାଳର ଦାସକାଠିଆ,ହରେକୃଷ୍ଣପୁରର ଗୋପବନ୍ଧୁ ହାଇସ୍କୁଲର ଲୋକନୃତ୍ୟ,ସ୍ୱୟଂ ଡେନ୍ସ ଏକାଡେମୀ ପକ୍ଷରୁ ଲୋକନୃତ୍ୟ, ବଡବନ୍ଧ ହାଇସ୍କୁଲ ପକ୍ଷରୁ ସର୍ଗିଫୁଲ,ବିଭି ଏଣ୍ଡ ଗୃପପକ୍ଷରୁ ଲୋକନୃତ୍ୟ,କାମାଳ ବ୍ଲକ କଳାସଂସ୍କୃତି ସଂଘପକ୍ଷରୁ ଲୋକ କଳା,ବୌଦ୍ଧର ସୃତିପକ୍ଷରୁ ଲୋକନୃତ୍ୟ,ବୁଟୁପାଲି ସ୍କୁଲପକ୍ଷରୁ ଲୋକନୃତ୍ୟ,ଜାଭିୟର ପବ୍ଲିକ ସ୍କୁଲପକ୍ଷରୁ ପୌରାଣିକ ପରିବେଷଣ ହୋଇଥିଲା ।
Recent Comments